Only for Entertainment

ତୁଷାର କପୂରଙ୍କୁ ଗିରଫ କରାଇବା ପାଇଁ ପୋଲିସ ଡାକିଥିଲେ ଭଉଣୀ ଏକତା ।

34

ଜିତେନ୍ଦ୍ରଙ୍କ ପୁଅ ତୁଷାର କପୂର ଜଣେ ନାୟକ ଭାବରେ ବେଶ ଲୋକପ୍ରିୟତା ହାସଲ କରିପାରିଥିବା ବେଳେ ଭଉଣୀ ଏକତା କପୂର ଏକାଧିକ ମେଗା ଧାରାବାହିକ ଏବଂ ଫିଲ୍ମ ନିର୍ମାଣ କରି ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ, ଚର୍ଚ୍ଚିତ ଓ ସଫଳ ନାରୀ ହୋଇପାରିଛନ୍ତି । ନିକଟରେ  ଏକତା କପୁର ଏବଂ ତାଙ୍କ ଭାଇ ତଥା ଅଭିନେତା ତୁଷାର କପୁର କମେଡି ସୋ’ ଦ କପିଲ ଶର୍ମା ସୋ’ରେ ଯୋଗ ଦେଇଥିଲେ । ଦୁହିଁଙ୍କୁ ଏକାଠି ଅନେକ ଦିନ ପରେ ଦର୍ଶକ ଦେଖିବାକୁ ପାଇଥିବା ବେଳେ ଦୁହେଁ ନିଜ ନିଜର ଅଭୁଲା ଦିନକୁ ଉପସ୍ଥିତ ଦର୍ଶକଙ୍କ ସହ ସେୟାର କରିଥିଲେ । ଏକତା ନିଜର ପୁରୁଣା ଦିନ ମନେ ପକାଇ ରାଗରେ ଥରେ ତୁଷାରଙ୍କୁ ଗିରଫ କରାଇବା ପାଇଁ ପୁଲିସ ଡ଼କାଇ ଦେଇଥିଲେ ବୋଲି କହିଥିଲେ ।

ତାଙ୍କ ଅନୁଯାୟୀ, ସବୁ ଭାଇ-ଭଉଣୀଙ୍କ ଭଳି ତୁଷାରଙ୍କ ସହ ସବୁବେଳେ ତାଙ୍କ ଝଗଡ଼ା ହୁଏ । ଏମିତି କି ପରିବାର ସହ ବୁଲିବାକୁ ଗଲେ ଦୁହେଁ ଗୋଟେ ଗାଡ଼ିରେ ଯାଆନ୍ତି ନାହିଁ । ଥରେ ପରିବାର ସହ ତିରୁପତି ଯାଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ତୁଷାର ରାଗରେ ଏକତାଙ୍କ ନାକକୁ ମୁଥ ମାରିଥିଲେ । ଯାହା ଦ୍ୱାରା ରାଗି ଯାଇ ଏକତା ପୁଲିସକୁ ଫୋନ କରି ଦେଇଥିଲେ । କିନ୍ତୁ ପରିବାର ଲୋକେ ବୁଝାଇବା ପରେ ଯାଇ ଏକତା ଶାନ୍ତ ହୋଇଥିଲେ ବୋଲି କହିଥିଲେ ଏକତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More