Only for Entertainment

ଶୋ’ର ହୋଷ୍ଟ ହୁମା କ୍ୟୁରେସୀଙ୍କୁ ଡାୟନ କହିବାକୁ ସୁଟିଂ ସେଟରୁ ଅଧାରୁ ଚାଲିଗଲେ ଅଭିନେତ୍ରୀ ।

MSN
0 38

ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ଼୍ରାମେବାଜ’ରେ ଏବେ ଅଭିନେତ୍ରୀ ହୁମା କ୍ୟୁରେସିଙ୍କୁ ଜଜ୍ ଭୂମିକାରେ ଦେଖିବାକୁ ମିଳୁଛି । ତେବେ ନିକଟରେ ସୋ’ର ହୋଷ୍ଟଙ୍କ ଉପରେ ରାଗି ହୁମା ଏବେ ସୁଟିଂ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି । ସବୁ ବେଳେ ସାନ୍ତନୁ ହୁମାଙ୍କ ସହ ଥଟ୍ଟା କରୁଥିବା ବେଳେ ତାଙ୍କୁ ଜଣା ନଥିଲା କି ତାହାର ପରିଣତି କିଛି ଏପରି ହେବ ।

 

ସୂଚନା ମୁତାବକ, ସୋ’ରେ ସାନ୍ତନୁ ୨୦୧୩ରେ ହୁମାଙ୍କ ଫିଲ୍ମ ‘ଏକ ଥି ଡ଼ାୟନ’ ବିଷୟରେ କହିବା ଆରମ୍ଭ କରିଥିଲେ । ଏହି ଫିଲ୍ମରେ ହୁମା କ୍ୟୁରେସି ଥିବାରୁ ସେ ଫିଲ୍ମକୁ ୫୦ଥର ଦେଖିଛନ୍ତି ବୋଲି କହିଥିଲେ । ଏହ ସହ ମଜା ମଜାରେ ହୁମା ସେ ଫିଲ୍ମରେ ଡ଼ାୟନ ଦିଶୁଥିଲେ ବୋଲି କହି ଦେଇଥିଲେ ସାନ୍ତନୁ । ସବୁ ବେଳେ ସାନ୍ତନୁଙ୍କ ଥଟ୍ଟାରେ ହସୁଥିବା ହୁମା ଏ କଥା ଶୁଣି ରାଗି ଯାଇଥିଲେ । ସାନ୍ତନୁଙ୍କ ଏହି କଥା ଶୁଣି ସେ କ୍ରିଏଟିଭ୍ ଟିମ୍ ପାଖକୁ ଯାଇ ଏଭଳି କଥା ଶୁଣି ସେ ସୁଟିଂ କରି ପାରିବେ ନାହିଁ ବୋଲି କହିଥିଲେ ।

65344111ଏହା ଦେଖି ସାନ୍ତନୁ ପୂରା ଡ଼ରି ଯାଇଥିଲେ । ସାନ୍ତନୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ବୋଧ ହୁଏ ସେ ଥଟ୍ଟାରେ ହୁମାଙ୍କ ସହିତ ଠିକ ବ୍ୟବହାର କରିନାହାଁନ୍ତି । କିଛି ସମୟ ପରେ ଜଜ୍ ବିବେକ ଓବରୟ ଏବଂ ଓମଙ୍ଗ କୁମାର ହୁମାଙ୍କୁ ନେଇ ପୁଣି ଥରେ ଷ୍ଟେଜ୍ରେ ପହଞ୍ଚିଥିଲେ । ଷ୍ଟେଜ୍ରେ ପହଞ୍ଚି ୩ ଜଣ ଜୋରରେ ହସିବାକୁ ଲାଗିଥିଲେ । ପରେ ୩ ଜଣ ଜଜ୍ ମିଶି ସାନ୍ତନୁଙ୍କ ସହ ଥଟ୍ଟା କରୁଥିବା ଜଣା ପଡ଼ିଥିଲା । ସବୁ ଜାଣି ମଧ୍ୟ କିଛି ସମୟ ପାଇଁ ଚୁପ୍ ହୋଇ ଯାଇଥିଲେ ସାନ୍ତନୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More