Only for Entertainment

ନିଜ ପାଖରେ ଥିବା ଅବିକଳ ଚଷମା ରଣବୀରଙ୍କ ପାଖରେ ଦେଖି ଏପରି କହିଲେ ଧୋନୀଙ୍କ ଲାଡଲୀ, ପ୍ରତିକ୍ରିୟାରେ ଅଭିନେତା କହିଲେ…

zee news
38

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କ ଝିଅ ଜିଭାର ଏକ ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରି ‘ଏବେକାର ପିଲାମାନେ ଭିନ୍ନ’ ବୋଲି ଲେଖିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଯେଉଁ ଫଟୋ ସେୟାର୍‌ କରିଛନ୍ତି ସେଥିରେ ଜିଭା ଏବଂ ଅଭିନେତା ରଣବୀର ସିଂହ କଳା ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି। ସୋସିଆଲ୍‌ ମିଡିଆରେ ଫଟୋ ନୁହେଁ, ଯଦି କିଛି ଚର୍ଚ୍ଚା ପାଲଟିଛି ତାହା ହେଉଛି ରଣବୀର ଚଷମା ଦେଖିବା ପରେ କୁନି ଝିଅର ପ୍ରତିକ୍ରିୟା।

 

ଫଟୋଟିକୁ ସେୟାର୍‌ କରି ଧୋନି ଲେଖିଛନ୍ତି, ‘ଜିଭା ରଣବୀରଙ୍କୁ ତାଙ୍କ ପରି ଚଷମା ପିନ୍ଧିଥିବାର ଦେଖି ଅଭିଯୋଗ କରିବା ଢଙ୍ଗରେ କହିଥିଲେ କି ସେ କାହିଁକି ମୋ ଚଷମା ପିନ୍ଧିଛନ୍ତି? ସେ ତା’ପରେ ଉପର ଘରକୁ ଯାଇ ତାଙ୍କ ନିଜ ଚଷମା ଖୋଜି ଆଣିଲେ। ତା’ପରେ କହିଲେ କି ମୋ ଚଷମା ମୋ ପାଖରେ ଅଛି। ଏବେକାର ପିଲାମାନେ ଭିନ୍ନ। ମୋତେ ସାଢ଼େ ୪ ବର୍ଷ ବୟସ ହୋଇଥିବା ବେଳେ ମୁଁ ଜାଣି ବି ପାରିନଥାନ୍ତି ଯେ ମୋ ପାଖରେ ସମାନ ଚଷମା ଅଛି ବୋଲି। ପରବର୍ତ୍ତୀ ମୁହୂର୍ତ୍ତରେ ସେ ରଣବୀରଙ୍କୁ ଭେଟିଲେ ନିଶ୍ଚୟ କହିବ ଯେ ମୋ ପାଖରେ ଆପଣଙ୍କ ପରି ଚଷମା ଅଛି।’

ଧୋନିଙ୍କ ଏହି ପୋଷ୍ଟରେ ଅଭିନେତା ରଣବୀର ସିଂଙ୍କ ରିଆକ୍ସନ ମଧ୍ୟ ଦେଖିବାକୁ ମିଳିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More