Only for Entertainment

ଭଗବାନ ଶିବଙ୍କୁ କାହିଁକି କୁହାଯାଏ ନୀଳକଣ୍ଠ ଜାଣନ୍ତୁ !

flickr
0 76

ବଭଗବାନ ଶିବଙ୍କୁ ଦେବଙ୍କର ଦେବ ମହାଦେବ କୁହାଯାଇଥାଏ । ଭଗବାନ ଶିବଙ୍କୁ ସୃଷ୍ଟିର ପାଳନକର୍ତ୍ତା ମଧ୍ୟ କୁହାଯାଏ । ତାଙ୍କ ଗଳାରେ ନାଗ, ହାତରେ ଡମ୍ବରୁ ଏବଂ ତ୍ରିଶୂଳ ରହିଥାଏ । ତାଙ୍କର ଅନେକ ନାମ ରହିଛି । ସେଥିମଧ୍ୟରୁ କିଛି ନାମ- ମହାଦେବ, ଭୋଳାନାଥ, ଶଙ୍କର, ମହେଶ, ରୁଦ୍ର ଏବଂ ନୀଳକଣ୍ଠ । ଏଥିମଧ୍ୟରୁ ନୀଳକଣ୍ଠ ତାଙ୍କର ପ୍ରସିଦ୍ଧ ନାମ ଅଟେ । ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କାହିଁକି ନୀଳକଣ୍ଠ ସମ୍ବୋଧନ କରାଯାଇଥାଏ ।

ଶାସ୍ତ୍ର ଅନୁସାରେ, ଦେବତା ଏବଂ ରାକ୍ଷସଙ୍କ ମଧ୍ୟରେ ଥରେ ଅମୃତ ମନ୍ଥନ ହୋଇଥିଲା । ଏହି ମନ୍ଥନ କ୍ଷୀର ସାଗରରେ ହୋଇଥିଲା । ଏହି ମନ୍ଥନରେ ଲକ୍ଷ୍ମୀ, ଶଙ୍ଖ, କୌସ୍ତୁଭମଣି, ଏରାବତ, ପାରିଜାତ, ଉଚ୍ଚେଃଶ୍ରବା, କାମଧେନୁ, କାଳକେତୁ, ରମ୍ଭା ନାମକ ଅପ୍ସରା, ବାରୁଣୀ ମଦିରା, ଚନ୍ଦ୍ରମା, ଧନ୍ୱନ୍ତରୀ, ଅମୃତ ଏବଂ କଳ୍ପବୃକ୍ଷ ଭଳି ୧୪ରତ୍ନ ମିଳିଥିଲା । ଏଥିମଧ୍ୟରୁ ଦେବତା ମାନେ ଅମୃତ ନେବାରେ ସକ୍ଷମ ହୋଇପାରିଥିଲେ । ମାତ୍ର ମନ୍ଥନ ସମୟରେ ୧୪ଟି ରତ୍ନ ମଧ୍ୟରୁ ବିଷ ମଧ୍ୟ ମିଳିଥିଲା । ବିଷ ଏତେ ଭୟଙ୍କର ଥିଲା ଯେ ଗୋଟିଏ ବୁନ୍ଦା ସାରା ସଂସାରକୁ ନିପାତ କରି ଦେଇଥାଆନ୍ତା ବୋଲି ଜଣା ପଡିଥିଲା । ଏହି ବିଷୟରେ ଚିନ୍ତିତ ହୋଇ ଏହାର ଫଳସ୍ୱରୁପ ଲାଗି ଦେବତା ଏବଂ ଅସୁରମାନେ ବିଷ ପୂର୍ଣ୍ଣ କଳସୀ ନେଇ ଭଗବାନ ଶିବଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଭଗବାନ ଶିବ ଏହାର ସମାଧାନ ପାଇଁ ନିଜେ ସମ୍ପୂର୍ଣ୍ଣ କଳସରୁ ବିଷ ପିଇଦେଇଥିଲେ । ମାତ୍ର ଭଗବାନ ଏହି ବିଷକୁ ଗଳାରୁ ତଳକୁ ନ ନେଇ ଗଳା ପାଖେ ରଖିଥିଲେ । ଏହି କାରଣରୁ ତାଙ୍କ କଣ୍ଠ ନୀଳ ରଂଗ ହୋଇଯାଇଥିଲା, ଏହି କାରଣରୁ ତାଙ୍କୁ ନୀଳକଣ୍ଠ ବୋଲି ସମ୍ବୋଧନ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More