Only for Entertainment

ଶୋଇବା ସମୟରେ କେଶ ବାନ୍ଧି ଶୋଇବା କାହିଁକି ଜରୁରୀ ଆସନ୍ତୁ ଜାଣିବା ।

Style By Molekor
0 98

ଆପଣ ଅନେକ ସମୟରେ ନିଜ ମା’ଙ୍କୁ କେଶ ଗଣ୍ଠି ବାନ୍ଧି ଶୋଇବା ଦେଖିଥିବେ ଏବଂ ସେ ଆପଣଙ୍କୁ ମଧ୍ୟ ଅନେକ ଥର କହିଥିବେ ମଧ୍ୟ ଶୋଇବା ସମୟରେ କେଶ ବାନ୍ଧି ଶୋଇବା ପାଇଁ । ମାତ୍ର ଆପଣ ମାଙ୍କ କଥାକୁ ଟାଳି ହସିଥାଆନ୍ତି କିମ୍ବା ରାଗିଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ମା ଶୋଇବା ସମୟରେ କେଶ ବାନ୍ଧିବା ପାଇଁ କାହିଁକି କହି ଥାଆନ୍ତି, ଏଠାରେ ଜାଣନ୍ତୁ ..

ରାତି ସମୟ କେଶକୁ ଡ୍ରାଏ କିମ୍ବା ଦୁର୍ବଳ କରିଦେଇଥାଏ କାରଣ ମୁଣ୍ଡକୁ ଲାଗିଥିବା ତକିଆ କେଶରୁ ସମସ୍ତ ତେଲ ଟାଣି ନେଇଥାଏ । ଏହିକାରଣରୁ ସକାଳୁ ଉଠିବା ମାତ୍ରେ କେଶ କୁଣ୍ଡାଇବା ଦ୍ୱାରା କେଶ ଶୁଷ୍କ ହୋଇ ଛିଡିଥାଏ । ଏହିକାରଣରୁ ଶୋଇବା ସମୟରେ କେଶ ବାନ୍ଧି ଶୋଇବା ଦ୍ୱାରା କିମ୍ବା ମୁଣ୍ଡକୁ କଭର କରି ଶୋଇବା ଜରୁରୀ ଅଟେ ।

କେଶକୁ ଶୋଇବା ପୂର୍ବରୁ ପୋନିଟାଲ କରି ଶୋଇବା ଦ୍ୱାରା କେଶ ସମସ୍ୟା ଦେଖା ଦେଇ ନଥାଏ ।

କେଶକୁ ବାନ୍ଧିବା ସହ ଯଦି ରାତିରେ ଶୋଇବା ସମୟରେ ମୁଣ୍ଡରେ କପଡା କିମ୍ବା ରୁମାଲ ବାନ୍ଧି ଶୋଇବେ ଏହାଦ୍ୱାରା କେଶ ତକିଆ କିମ୍ବା ଚାଦରରେ ପସି ଛିଡିବ ନାହିଁ । କେଶରେ ଶୁଷ୍କତା ମଧ୍ୟ ଆସିବ ନାହିଁ ।

କିଏ ନ ଚାହେଁ ସକାଳେ ଉଠିବା ପରେ କେଶ ସଫ୍ଟ ନ ଲାଗିବା । ଯଦି ଆପଣ ଏହିଭଳି ସିଲ୍କ ଏବଂ ସଫ୍ଟ କେଶ ଚାହାନ୍ତି ତେବେ ଶୋଇବା ସମୟରେ ହେୟାର ମାସ୍କ ଲଗାନ୍ତୁ ଏବଂ ମୁଣ୍ଡରେ ସାୱର କ୍ୟାପ ଲଗାଇ ସୁଅନ୍ତୁ ଏବଂ ସକାଳେ ଉଠିବା ମାତ୍ରେ ମୁଣ୍ଡ ଧୋଇ ନିଅନ୍ତୁ । ଏଭଳି କରିବା ଦ୍ୱାରା କେଶ ଅତ୍ୟଧିକ ସଫ୍ଟ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More