Only for Entertainment

ବିବାହ ବିଧି ଅଧାରୁ ଛାଡ଼ି ସଲମାନଙ୍କ ନିକଟକୁ ଗଲେ କମେଡ଼ି କିଙ୍ଗ । ଜାଣନ୍ତୁ କାହିଁକି ।

youtube
27

ହାସ୍ୟ ଅଭିନେତା କପିଲ ଶର୍ମା ଖୁବଶୀଘ୍ର ଗର୍ଲଫ୍ରେଣ୍ଡ ଗିନିଙ୍କ ହାତ ଧରିବାକୁ ଯାଉଛନ୍ତି । ବିବାହ କପିଲଙ୍କ ଗର୍ଲଫ୍ରେଣ୍ଡ ଗିନିଙ୍କ ହୋମଟାଉନ ଜଳନ୍ଧରରେ ହେବ । କିନ୍ତୁ ସବୁଠାରୁ ଖାସ କଥା ଏବଂ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି କପିଲ ବିଧି ଅଧାରୁ ଛାଡ଼ି ସଲମାନଙ୍କ ନିକଟକୁ ଗଲେ ।ଯାହା ବିଷୟରେ ଜାଣିବା ପରେ ଗିନ୍ନୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ ଯିବା ପଛର କାରଣ ଜାଣି ସେ ଖୁସି ହୋଇଥିଲେ ।

 

ସୂଚନା ମୁତାବକ, ବିବାହ କାମ ଆଗକୁ ଥିବାରୁ କପିଲ ନିଜ କମେଡି ସୋ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି । ସୋ’ର ପ୍ରଥମ ଅଧ୍ୟାୟରେ ସଲମାନ ଖାନ୍‌ ଅତିଥି ଭାବରେ ଯୋଗ ଦେବାକୁ ଥିବାରୁ ସେ ବିବାହର ରୀତୀନୀତିକୁ ଅଧାରୁ ଛାଡ଼ି ସୁଟିଂ ପାଇଁ ମୁମ୍ବାଇ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି । ଡିସେମ୍ବର ଶେଷ ଆଡ଼କୁ କପିଲଙ୍କ ସୋ’ର ପ୍ରଥମ ଅଧ୍ୟାୟ ପ୍ରସାରିତ ହେବାକୁ ଥିବା ବେଳେ ବିବାହ ପରେ ସେ ପତ୍ନୀ ଗିନ୍ନୀଙ୍କୁ ସମୟ ଦେବା ପାଇଁ ପୂର୍ବରୁ ସବୁ କାମ ସାରୁଥିବା କହିଛନ୍ତି । ଯାହାକୁ ଜାଣି ଗିନ୍ନୀ ଖୁସି ହେବା ସହ କପିଲଙ୍କୁ ମୁମ୍ବାଇ ଯିବା ପାଇଁ ଅନୁମତି ଦେଇଥିଲେ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More