Only for Entertainment

କାହିଁକି ନିଜ ଠାରୁ ୧୦ ବର୍ଷ ବଡ଼ ସୈଫଙ୍କୁ ବିବାହ କରିଛନ୍ତି କରୀନା?

tribune.com.pk
57

ଆପଣଙ୍କ ମନକୁ ନିହାତି ଭାବରେ ଏହି କଥା ଆସିଥିବଯେ କାହିଁକି ନିଜ ଠାରୁ ୧୦ ବର୍ଷ ବଡ଼ ସୈଫଙ୍କୁ ବିବାହ କରିଛନ୍ତି ବଲିଉଡ ସୁନ୍ଦରୀ କରୀନା କପୁର । ତେବେ କେବଳ ଆପଣ ନୁହଁନ୍ତି ଅଧିକାଂଶ ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ନିହାତି ଭାବରେ ଉଙ୍କି ମାରୁଥିବ । ତେବେ ଆଜି ଆମେ ଆପଣଙ୍କର ଏହି ସନ୍ଦେହ ନିହାତି ଭାବରେ ଦୂର କରିଦେବୁ । ଆସନ୍ତୁ ଜାଣିବା ଏହା ପଛା ସତ୍ୟତା । କରୀନା  ଏକ ସାକ୍ଷାତକାରରେ ଯୋଗ ଦେଇଥିବା ବେଳେ ତାଙ୍କୁ ସୈଫ୍‌ଙ୍କୁ ବିବାହ କରିବାର କାରଣ ପଚରା ଯାଇଥିଲା ।

ଯାହାର ଉତ୍ତରରେ,”ମୋତେ ମୋ ଭଳି ଜୀବନସାଥୀ ଦରକାର ଥିଲା । ଯିଏ ଅନ୍ୟମାନଙ୍କ ଅପେକ୍ଷା ନିଜ ମନର କଥା ଶୁଣୁଥିବ । ସେ ଗୁଣ ମୋତେ ସୈଫ୍‌ଙ୍କ ଭିତରେ ନଜର ଆସିଥିଲା । ଯାହା ପାଇଁ ମୁଁ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲି । ଏମିତିକି ସୈଫ୍‌ଙ୍କୁ ବିବାହ କରିବା ପାଇଁ ମୁଁ ଘରୁ ଲୁଚି ପଳାଇବାର ଯୋଜନା କରିଥିଲି । ବିବାହକୁ ମିଡିଆରେ ଚର୍ଚ୍ଚାର ବିଷୟ କରିବାକୁ ଚାହୁଁ ନଥିବାରୁ ମୁଁ ଘର ଲୋକଙ୍କୁ ଧମକ ଦେଇଥିଲି । ଯଦି ବିବାହକୁ ନେଇ ଅଧିକ ଚର୍ଚ୍ଚା ହୁଏ ତେବେ ମୁଁ ଘରୁ ଲୁଚି ପଳାଇବା ସହ ବିବାହ କରିବି” ବୋଲି କହିଥିଲେ କରୀନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More