Only for Entertainment

ଅମୀର ଏବଂ ଫାତିମାଙ୍କ ବନ୍ଧୁତାକୁ ନେଇ ଚିନ୍ତାରେ କ୍ୟାଟ୍ରିନା,ଏହା ହାତରୁ ଫିଲ୍ମ ଯିବାର ଭୟ ନା ଅନ୍ୟ କିଛି କାରଣ?

aajtak
0 46

ମଲ୍ଟି ଷ୍ଟାରର ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନର ତାରକାମାନେ ଫିଲ୍ମ ସିଡ୍ୟୁଲରେ ଖୁବ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ସେଟରେ ଅମୀର ଏବଂ ଫାତିମାଙ୍କ ବନ୍ଧୁତାକୁ ଦେଖି କ୍ୟାଟ୍ରିନା ଖୁସି ନଥିବା ଜଣାପଡ଼ୁଛି ।

ଏକ ମିଡିଆ ରିପୋର୍ଟ ଅନୁସାରେ କ୍ୟାଟ୍ରିନାଙ୍କ କିଛି ରୋଲକୁ କଟାଯାଇ ଫାତିମାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କ୍ୟାଟ୍ରିନା ଭାବୁଛନ୍ତି । ଯାହାର କାରଣ ହେଉଛି ଅମୀର ଏବଂ ଫାତିମାଙ୍କ ମଧ୍ୟରେ ଥିବା ବଣ୍ଡିଂ । ଅମୀର ଏବଂ ଅମିତାଭଙ୍କ ଫିଲ୍ମରେ ହିରୋଇନଙ୍କ ଭୂମିକା କିଛି ମାତ୍ରାରେ କମ ରହିଥାଏ ବୋଲି କୁହାଯାଏ । ତେବେ ୟଶରାଜ ଏବଂ ଆଦିତ୍ୟ ଚୋପ୍ରାଙ୍କ ସହିତ ଭଲ ସଂପର୍କ ଥିବା ହେତୁ ଏହି ପ୍ରକଳ୍ପ ପାଇଁ କ୍ୟାଟ୍ରିନା ହଁ କରିଥିଲେ । ତେବେ କ୍ୟାଟ୍ରିନା ଏହି ସମସ୍ତ କଥା ଆଦିତ୍ୟ ଚୋପ୍ରାଙ୍କୁ କହିଥିବା ସୂଚନା ମିଳିଛି । ତେବେ ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଦିତ୍ୟ ଅଭିନେତ୍ରୀଙ୍କୁ ବିଶ୍ୱାସ ଦେଇଛନ୍ତି ।

ଏ ବର୍ଷ ନଭେମ୍ବର ୭ କୁ ଠଗ୍ସ ଅଫ ହିନ୍ଦୋସ୍ତାନ ବଡ଼ ପରଦାରେ ରିଲିଜ ହେବ ବୋଲି ସୂଚନା ମିଳିଛି । ବିଜୟ କୃଷ୍ଣା ଆଚାର୍ଯ୍ୟ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଏହା ହେଉଛି ଏବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ । ଫିଲ୍ମରେ ଅମୀର ଏବଂ ଅମିତାଭଙ୍କ ଲୁକ ବେଶ ପୃଥକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More