Only for Entertainment

କାହିଁକି ଏକଲବ୍ୟଙ୍କ ବଦ୍ଧ କରିଥିଲେ କୃଷ୍ଣ?

gajabdunia.com
48

ମହାଭାରତରେ ମୁଖ୍ୟ ପାତ୍ରଙ୍କ ମଧ୍ୟରେ ଏକଲବ୍ୟ ଜଣେ । ମାନ୍ୟତା ରହିଛିଯେ ସେ ହିରଣ୍ୟ ଧନୁ ନାମକ ଏକ ନିଶାଗ୍ରସ୍ତ ବ୍ୟକ୍ତିର ପୂତ୍ର ଥିଲେ । ଯେଉଁ କାରଣରୁ ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ଧନୁବିଦ୍ୟା ଶିକ୍ଷ୍ୟା ଦେବାକୁ ମନା କରିଦେଲେ । କୁହାଯାଏ ଏହାପରେ ଏକଲବ୍ୟ ଗୁରୁ ଦ୍ରୋଣଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ନିଜର ଗୁରୁ ମାନିଲେ ଏବଂ ତାଙ୍କ ସାମ୍ନାରେ ଧନୁ ଚାଳନା ଅଭ୍ୟାସ କଲେ । ଧୀରେ ଧୀରେ ଏକଲବ୍ୟ ଧନୁବିଦ୍ୟାରେ ନିପୁଣ ହୋଇଗଲେ । ତେବେ ଆସନ୍ତୁ ଜାଣିବା ସେହି ଅଦ୍ଭୁତ କଥା ବିଷୟରେ ଯେ କାହିଁକି ଭଗବାନ କୃଷ୍ଣ ଏକଲବ୍ୟଙ୍କର ବଦ୍ଧ କରିଥିଲେ ।

ଯେତେବେଳେ ଦ୍ରୋଣ ଜାଣିବାକୁ ପାଇଲେଯେ ଏକଲବ୍ୟ ତାଙ୍କ ମୂର୍ତ୍ତି ନିର୍ମାଣ କରି ଧନୁର୍ବିଦ୍ୟା ଶିକ୍ଷା ନେଉଛି ସେ ଏକ କୁକରକୁ ସାଙ୍ଗରେ ନେଇ ବଣ ଭିତରେ ଏଳଲବ୍ୟଙ୍କୁ ଖୋଜିଲେ । ଏହାପରେ କୁକୁର ଏଳଲବ୍ୟଙ୍କୁ ଦେଖି ଭୁକିବାକୁ ଲାଗିବାରୁ ଏକଲବ୍ୟ ଏକ ଶର କୁକୁର ମୁହଁକୁ ମାରିଲେ ଯେଉଁଥିରେ କୁକୁରର କୌଣସି କ୍ଷତି ହେଲା ନାହିଁ ଏବଂ କୁକର ଚୁପ ହୋଇଗଲା । ଦ୍ରୋଣ ଏବଂ ତାଙ୍କ ଶିଷ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଯେଉଁ ବିଦ୍ୟା ସେ କେବଳ ବ୍ରାହ୍ମଣ ଏବଂ କ୍ଷତ୍ରୀୟଙ୍କୁ ଶିଖାଉଥିଲେ ତାହା ଶୁଦ୍ର ନିକଟରେ ଦେଖିବା ପରେ ସେ ଅଧିକ ଆଶ୍ଚର୍ଯ୍ୟ ହୋଇଗଲେ । ସେହି ସମୟରେ ତାଙ୍କର ମନେ ପଡ଼ିଲାଯେ ସେ ଅର୍ଜୁନଙ୍କୁ ସଂସାରର ସର୍ବଶ୍ରେଷ୍ଠ ଧନୁର୍ବିଦ କରିବାର ପ୍ରତିଜ୍ଞା କରିଥିଲେ । ସେ ଏଳଲବ୍ୟଙ୍କୁ ପଚାରିଲେ ତୁମେ କିଭଳି ଏହା ଶିଖିଲ, ସେ କହିଲେ ଆପଣଙ୍କଠାରୁ । ଯାହାପରେ ଗୁରୁଦକ୍ଷିଣା ସ୍ୱରୂପ ଏକଲବ୍ୟ ଦ୍ରୋଣଙ୍କୁ ବୁଢା ଆଙ୍ଗୁଠି କାଟି ଅର୍ପଣ କରିଥିଲେ ।

ଏକଲବ୍ୟ ତାଙ୍କ ବାପାଙ୍କ ନିକଟକୁ ଗଲେ । ତାଙ୍କ ବାପା ଶୃଙ୍ଗବେର ରାଜ୍ୟର ରାଜା ଥିଲେ । ତାଙ୍କ ମୃତ୍ୟୁ ପରେ ଏକଲବ୍ୟ ରାଜା ହେଲେ । କୁହାଯାଏଯେ ରାଜ୍ୟ ବିସ୍ତାର ପାଇଁ ଏକଲବ୍ୟ ଏକ ବଡ଼ ସେନା ପ୍ରସ୍ତୁତ କଲେ । ଏହାପରେ ସେ ଶ୍ରୀକୃଷ୍ଣଙ୍କ ଶତ୍ରୁ ଜରାସନ୍ଧଙ୍କ ସହିତ ମିଶି ଯାଇଥିଲେ । ସେମାନେ ମଥୁରା ଉପରେ ଆକ୍ରମଣ କଲେ । ଯାଦବଙ୍କ ଅଧିକ ନେତାଙ୍କୁ ଏକଲବ୍ୟ ମାରିଦେଲେ । ଏକଥା ଶ୍ରୀକୃଷ୍ଣ ଜାଣିବା ପରେ ଯୁଦ୍ଧ କରିବାକୁ ଆସିଲେ । କୃଷ୍ଣ ଜାଣିଥିଲେ ଯଦି ସେ ଏଳଲବ୍ୟକୁ ନମାରିବେ ସେ ମହାଭାରତରେ କୌରବଙ୍କ ତରଫରୁ ଲଢିବେ । ଏହାଦ୍ୱାରା ପାଣ୍ଡବଙ୍କୁ କ୍ଷତି ଘଟିବ । ଯାହାପରେ ଦୁଇଜଣଙ୍କ ମଧ୍ୟରେ ଯୁଦ୍ଧ ହେଲା ଏବଂ କୃଷ୍ଣଙ୍କ ହାତରେ ଏଳଲବ୍ୟଙ୍କ ଜୀବନ ଗଲା । ଏକଲବ୍ୟଙ୍କ ବଦ୍ଧ ପରେ ତାଙ୍କ ପୁଅ କେତୁମାନ ରାଜ୍ୟର ରାଜା ହେଲେ । କହିରଖୁଛୁଯେ କେତୁମାନ କୌରବଙ୍କ ସେନା ତରଫରୁ ପାଣ୍ଡବ ମାନଙ୍କ ସହିତ ଯୁଦ୍ଧ ଲଢିଥିଲେ ଏବଂ ଭୀମଙ୍କ ହାତରେ ଜୀବନ ହରାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More