Only for Entertainment

କାହିଁକି ବ୍ରହ୍ମା ପୂଜା ପାଆନ୍ତି ନାହିଁ?ପଢନ୍ତୁ ।

maadurgawallpaper.com
46

ପୁରାଣ କଥା ଅନୁସାରେ ଥରେ ପୃଥିବୀର ଭଲ ଚିନ୍ତା କରି ବ୍ରହ୍ମା ଜଜ୍ଞ କରିବା କଥା ଭାବିଲେ । ଏଥିପାଇଁ ସ୍ଥାନ ଖୋଜିବା ପାଇଁ ସେ ତାଙ୍କର ଏକ ପଦ୍ମକୁ ପୃଥିବୀକୁ ପଠାଇଲେ । ପଦ୍ମ ଯେଉଁ ସ୍ଥାନରେ ପଡ଼ିଲା ସେହି ସ୍ଥାନରେ ଜଜ୍ଞ କରିବା ପାଇଁ ବିଚାର କରାଗଲା । କିମ୍ବଦନ୍ତୀ ଅନୁସାରେ ଯେଉଁ ସ୍ଥାନରେ ପଦ୍ମ ପଡ଼ିଲା ସେହି ସ୍ଥାନରେ ବ୍ରହ୍ମାଙ୍କ ମନ୍ଦିର ନିର୍ମାଣ କରି ଦିଆଗଲା । ଏହି ସ୍ଥାନ ରାଜସ୍ଥାନର ପୁଷ୍କର ସହର, ଯେଉଁଠାରେ ପଦ୍ମର ଏକ ଅଂଶ ପଡ଼ିବା ମାତ୍ରେ ପୋଖରୀ କରିଦିଆଗଲା । ଏହାପରେ ଜଜ୍ଞ କରିବା ପାଇଁ ବ୍ରହ୍ମା ପୁଷ୍କର ପହଂଚିଲେ, କିନ୍ତୁ ତାଙ୍କ ପତ୍ନୀ ସାବିତ୍ରୀ ଠିକ ସମୟରେ ପହଂଚି ପାରିଲେ ନାହିଁ । ପୂଜାର ଶୁଭ ମୁହୂର୍ତ୍ତ ଗଡ଼ିବାକୁ ଲାଗିଲା । ସମସ୍ତ ଦେବାଦେବୀ ପୂଜା ସ୍ଥଳରେ ପହଂଚି ଯାଇଥିଲେ, କିନ୍ତୁ ସାବିତ୍ରୀଙ୍କର କିଛି ଖବର ନଥିଲା । କୁହାଯାଏ ଯେତେବେଳେ ଶୁଭ ମୁହୂର୍ତ୍ତ ଗଡ଼ିବାକୁ ଲାଗିଲା ସେହି ସମୟରେ କୌଣସି ଉପାୟ ନ ପାଇ ବ୍ରହ୍ମା ନନ୍ଦିନୀ ଗାଈ ମୁହଁରୁ ଗାୟତ୍ରୀଙ୍କୁ ପ୍ରକଟ କରି ତାଙ୍କୁ ବିବାହ କଲେ ଏବଂ ଜଜ୍ଞ ସଂପନ୍ନ ହେଲା ।

କିଛି ସମୟ ପରେ ସାବିତ୍ରୀ ପୂଜା ସ୍ଥଳରେ ପହଂଚିଲେ ଏବଂ ବ୍ରହ୍ମାଙ୍କ ପାଶ୍ୱର୍ରେ ଅନ୍ୟ ଜଣେ ମହିଳାଙ୍କୁ ଦେଖି କ୍ରୋଧିତ ହୋଇଗଲେ ଏବଂ ଅଭିଶାପ ଦେଇ କହିଲେ ଯାଅ , ଏହି ପୃଥିବୀ ପୃଷ୍ଠରେ ତୁମର କେଉଁଠାରେ ପୂଜା ହେବ ନାହିଁ । ଏହାପରେ ଯେତେବେଳେ ତାଙ୍କର କ୍ରୋଧ ଶାନ୍ତ ହେଲା ସମସ୍ତ ଦେବାଦେବୀ ତାଙ୍କୁ ଅଭିଶାପ ଫେରାଇ ନେବାକୁ କହିଲେ , ଯାହାପରେ ସାବିତ୍ରୀ କହିଲେ ତେବେ କେବଳ ପୁଷ୍କର ଠାରେ ହିଁ ତୁମକୁ ପୁଜା କରାଯିବ, ଯଦି ଅନ୍ୟ କୌଣସି ସ୍ଥାନରେ କେହି ଦ୍ୱିତୀୟ ମନ୍ଦିର କରିବ ତାହାର ବିନାଶ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More