ସାଧାରଣତଃ ମୁହଁରେ ଅଧିକ ବ୍ରଣ ହୋଇଥାଏ । ମୁହଁର ଏପରି କେତକ ସ୍ଥାନ ଅଛି ଯେଉଁଠାରେ ଅଧିକ ବ୍ରଣ ହୋଇଥାଏ । ଯୁବକ ହୁଅନ୍ତୁ ବା ଯୁବତୀ କିଶୋର ଅବସ୍ଥାରେ ବ୍ରଣ ସମସ୍ୟା ଦେଖା ଦିଏ । ଏହାର ଅନେକ କାରଣ ରହିଛି । ଶରୀର ବାହାର  ଭିତର ତତ୍ୱ ଯୋଗୁଁ ବ୍ରଣ ସମସ୍ୟା ଦେଖାଦିଏ ।

ଏ ବିଷୟରେ ଅନେକ ଗବେଷଣା ହୋଇଛି । ଚର୍ମ ବିଶେଷଜ୍ଞମାନେ ଏ ବିଷୟରେ ଗବେଷଣା ବି କରିଛନ୍ତି ।   ଅଧିକ ବ୍ରଣ କପାଳ ଓ  ଗାଲରେ ହୋଇଥାଏ  । ଏହା ସହ ଓଠ ତଳେ ପାର୍ଶ୍ୱରେ, ନାକରେ , ଭୃଲତା ମଝିରେ ବ୍ରଣ ହୋଇଥାଏ ।

କପାଳରେ ବ୍ରଣ – କପାଳରେ ଅଧିକ ବ୍ରଣ ହେବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଚିନ୍ତା ଓ କମ୍‌ ନିଦ । ଆପଣ ଠିକ୍‌ ସମୟରେ ଶୋଉ ନ ଥିଲେ , ଶୋଇବା ସମୟ ଏପଟ ସେପଟ ହେଲେ  ଅଧିକ ବ୍ରଣ ହୋଇଥାଏ । ଗ୍ୟାସ ସମସ୍ୟା ହେଲେ ବି ଅଧିକ ବ୍ରଣ ହୁଏ ।

ଓଠତଳେ ଓ ପାର୍ଶ୍ୱରେ-  ଓଠ ତଳେ  ଓପାର୍ଶ୍ୱରେ ବ୍ରଣ ହେଲେ ଏହା ହରମୋନ୍‌ଗତ କାରଣରୁ ହୋଇଥାଏ । ଏଥିପାଇଁ ବିଶେଷଜ୍ଞମାନେ ହରମୋନ୍‌ର ସ୍ତର ଯାଞ୍ଚ କରିବାକୁ ପରାମର୍ଶ ଦେଇଥାଆନ୍ତି । ଏହି ସ୍ଥାନରେ ଛୋଟ ଓ ନାଲି ରଙ୍ଗର ବ୍ରଣ ହୋଇଥାଏ । ମହିଳାମାନଙ୍କର ଆଣ୍ଡ୍ରୋଜେନ୍‌ ସମସ୍ୟା ହେଲେ ଏଠାରେ ବ୍ରଣ ହୋଇଥାଏ ।

ଗାଲରେ ବ୍ରଣ – ରକ୍ତରେ ଶର୍କରା ବା ସୁଗାର ସ୍ତର ବୃଦ୍ଧି ପାଇଲେ ଗାଲରେ ଅଧିକ ବ୍ରଣ ହୋଇଥାଏ । ଏପରି ହେଲେ ମିଠା ଓ ଚିନି ଖାଇବା କମାଇ ଦିଅନ୍ତୁ ।  ଆବଶ୍ୟକୀୟ ଅନୁସାରେ ପାଣି ପିଅନ୍ତୁ । ମିଠା ଓ ତେଲିଆ ଖାଦ୍ୟ କମ୍‌ ଖାଆନ୍ତୁ । ମୁହଁକୁ ପିରଷ୍କାର କପଡାରେ  ଏକାଧିକ ଥର ପୋଛନ୍ତୁ । ବ୍ରଣ ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିବ ।

ନାକରେ ବ୍ରଣ- ଅଧିକ ମସଲା ଯୁକ୍ତ ତେଲିଆ ଖାଦ୍ୟ ଖାଇଲେ ନାକରେ ଅଧିକ ବ୍ରଣ ହୋଇଥାଏ । ଶୋଇବା ଏପଟ ସେପଟ, ରକ୍ତଚାପରେ ବ୍ୟତିକ୍ରମ ହେଲେ ବି ନାକରେ ବ୍ରଣ ହୋଇଥାଏ ।

କମ୍‌ ତେଲିଆ , କମ୍‌ ଲୁଣିଆ ଓ କମ୍‌ ଶର୍କରା ବା ମିଠା ଖାଦ୍ୟ ଖାଆନ୍ତୁ । ଆଠ ଗ୍ଲାସରୁ ବାର ଗ୍ଲାସ ବା ୨ରୁ ୩ ଲିଟର ପାଣି ପିଅନ୍ତୁ । ମୁହଁ କୁ ସଫା କପଡାରେ ବାରମ୍ବାର ପୋଛନ୍ତୁ  ବ୍ରଣ ସମସ୍ୟାରୁ ନିଶ୍ଚୟ ଅନେକାଂଶରେ ମୁକ୍ତି ମିଳିବ