Only for Entertainment

ବିିବାହ ଖବରକୁ କାହିଁକି ଲୁଚାଇଥିଲେ ଡ୍ରାମା କ୍ୱିନ ରାକ୍ଷୀ?

tn
66

ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ମୁମ୍ବାଇର ଜ’ ମାରିୟଟ ହୋଟେଲରେ ରାକ୍ଷୀ ଜଣେ ପ୍ରବାସୀ ଭାରତୀୟଙ୍କୁ ଲୁଚି ଲୁଚି ବିବାହ କରିଥିବାର ଖବର ମିଳିଥିଲା । ବଧୂ ବେଶରେ ତାଙ୍କର କିଛି ଫଟୋ ଭାଇରାଲ ହେବା ପରେ ରାକ୍ଷୀ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲେ । ତେବେ ପ୍ରଥମେ ରାକ୍ଷୀ ଏହାକୁ ଅସ୍ୱିକାର କରିଥିବା ବେଳେ ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିବା ସ୍ପଷ୍ଟ କରିଛନ୍ତି ।

 

ପୂର୍ବରୁ ନ ଜଣାଇବାର କାରଣ ପଚରାଯିବା ପରେ, ପ୍ରଥମେ ମୁଁ ଡ଼ରି ଯାଇଥିଲି । କିନ୍ତୁ ଏବେ ମୁଁ ମୋର ବିବାହ ଖବରକୁ ସତ ବୋଲି କହୁଛି । ମୋର ସ୍ୱାମୀଙ୍କ ନାଁ ରିତେଶ । ସେ ଜଣେ ପ୍ରବାସୀ ଭାରତୀୟ ହୋଇଥିବା ବେଳେ ଏବେ ସେ ଇଂଲଣ୍ଡରେ ରହୁଛନ୍ତି । ବିବାହ ପରେ ସେ ଇଂଲଣ୍ଡ ଫେରିଯିବା ସହ ମୁଁ ମଧ୍ୟ ଖୁବ୍‌ ଶୀଘ୍ର ତାଙ୍କ ପାଖକୁ ଯିବି ବୋଲି କହିଛନ୍ତି ରାକ୍ଷୀ ।

 

ପ୍ରେମ କାହାଣୀ କେମିତି ଆରମ୍ଭ ହୋଇଥିଲା ବୋଲି ପ୍ରଶ୍ନ କରାଯିବା ପରେ, ରିତେଶ ମୋର ଏକ ସାକ୍ଷାତକାର ଦେଖି ମୋର ପ୍ରଶଂସକ ପାଲଟି ଯାଇଥିଲେ । ଆମେ ଦୁହେଁ ହ୍ଵାଟସ୍‌ଆପ୍‌ରେ କଥା ହେଉ । କିଛି ଦିନର କଥା ପରେ ଆମେ ଭଲ ବନ୍ଧୁ ପାଲଟି ଯାଇଥିଲୁ । ଏ ସବୁ ବର୍ଷେ ପୂର୍ବରୁ ଆରମ୍ଭ ହୋଇଥିଲା । ସେ ମୋତେ ବିବାହର ପ୍ରସ୍ତାବ ଦେଇଥିଲେ ମଧ୍ୟ ମୁଁ ପ୍ରଥମେ ରାଜି ହୋଇ ନଥିଲି । କିନ୍ତୁ ସମୟ ଗଡ଼ିବା ସହ ମୁଁ ମଧ୍ୟ ତାଙ୍କୁ ଭଲ ପାଇ ବସିଥିଲି । ବିବାହର ୧୫ଦିନ ପୂର୍ବରୁ ମୁଁ ରିତେଶଙ୍କୁ ଭେଟିଥିଲି । ଦେଖା ହେବା ପରେ ସେ ହିଁ ମୋର ଜୀବନସାଥୀ ହେବା ପାଇଁ ଠିକ୍‌ ବୋଲି ମୁଁ ଜାଣି ପାରିଥିଲି । ଯାହା ପରେ ଆମେ ବିବାହ କରିଥିଲୁ ବୋଲି କହିଛନ୍ତି ରାକ୍ଷୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More