Only for Entertainment

ଶିବଲିଙ୍ଗ ଉପରେ କାହିଁକି ଦୁଗ୍ଧ ଚଢାଯାଏ?ଜାଣନ୍ତୁ ପୌରାଣିକ କାରଣ ।

Patrika
0 43

ଶିବଲିଙ୍ଗ ଉପରେ ଦୁଗ୍ଧ ଚଢାଇବା ପ୍ରଥା ଖୁବ ପ୍ରାଜୀନ କାଳରୁ ଚାଲି ଆସୁଛି । ମାନ୍ୟତା ଅନୁସାରେ ଭଗବାନ ଶିବଙ୍କୁ ଦୁଗ୍ଧ ଖୁବ ପସନ୍ଦ । ତେଣୁ ଭକ୍ତମାନେ ଜଳରେ ଭୋଳାନାଥଙ୍କ ଜଳାଭିଷେକ କରନ୍ତି । କିନ୍ତୁ ଆପଣ ଜାଣନ୍ତିକି ବାସ୍ତବରେ ଭୋଳାନାଥଙ୍କୁ ଦୁଗ୍ଧ କାହିଁକି ପସନ୍ଦ?ଆସନ୍ତୁ ଆଲୋଚନା କରିବା ।

ବିଷ୍ଣୁ ପୁରାଣ ଏବଂ ଭଗବତ ପୂରାଣରେ ବର୍ଣ୍ଣିତ କଥା ଅନୁସାରେ ସମୂଦ୍ର ମନ୍ଥନ ସମୟରେ ଯେତେବେଳେ ବିଷର ଉତ୍ପତ୍ତି ହେଲା ସେହି ସମୟରେ ପୂରା ସଂସାର ଏହାର ତୀବ୍ର ପ୍ରଭାବରେ ଆସିଗଲା । ତେଣୁ ସମସ୍ତ ଲୋକ ଭଗବାନ ଶିବଙ୍ଗ ପ୍ରଭାବରେ ଶରଣୋ ଆସିଗଲେ । ଶିବ ବିନା କୌଣସି ଭୟରେ ଜଗତର କଲ୍ୟାଣ ପାଇଁ ସମସ୍ତ ବିଷ ପାନ କରିଦେଲେ । ବିଷର ମାତ୍ରା ଏତେ ଅଧିକ ଥିଲାଯେ ଶିବଙ୍କ କଣ୍ଠ ନୀଳ ପଡ଼ିଗଲା । ବିଷର ପ୍ରଭାବ ଭଗବାନ ଶିବ ଏବଂ ତାଙ୍କ ଜଟାରେ ଦେଖିବାକୁ ମିଳିଲା । ଏହି ସମୟରେ ଶିବଙ୍କୁ ଶାନ୍ତ କରିବା ପାଇଁ ଜଳର ମାତ୍ରା ପ୍ରଚୁର ନଥିଲା ଏବଂ ସମସ୍ତ ଦେବତା ତାଙ୍କୁ ଦୁଗ୍ଧ ଗ୍ରହଣ କରିବା ପାଇଁ ନିବେଦନ କଲେ । ଏହାପରେ ଭଗବାନ ଶିବ ଦୁଗ୍ଧଙ୍କୁ ଆଜ୍ଞା ମାଗିଲେ । ସ୍ୱଭାବରେ ଶୀଳ ଏବଂ ନିର୍ମଳ ଦୁଗ୍ଧ ଶିବଙ୍କର ବିନମ୍ର ନିବେଦନକୁ ତତକ୍ଷଣାତ ସ୍ୱୀକାର କଲେ । ଏହାପରେ ଶିବ ଦୁଗ୍ଧ ଗ୍ରହଣ କଲେ ଏବଂ ବିଷର ତୀବ୍ରତା ବହୁ ମାତ୍ରାରେ କମ ହୋଇଗଲା,କିନ୍ତୁ ତାଙ୍କ କଣ୍ଠ ପୂର୍ବ ପରି ନୀଳ ହୋଇ ରହିଗଲା । ଏହା ପରଠାରୁ ସେ ନୀଳକଣ୍ଠ ନାମରେ ପରିଚିତ ହେଲେ ।

ଏହି କାରଣରୁ ଶିବଙ୍କୁ ଦୁଗ୍ଧ ଖୁବ ପ୍ରିୟ । ଅନ୍ୟ ପକ୍ଷେ ଶିବଙ୍କୁ ସାପ ମଧ୍ୟ ଖୁବ ପ୍ରିୟ । କାରଣ ସାପ ମଧ୍ୟ ଶିବଙ୍କ ପାଇଁ ବିଷକୁ ନିଜ ମଧ୍ୟରେ ସମାହିତ କରିଥିଲା ବୋଲି ବିଶ୍ୱାସ ରହିଛି । ତେଣୁ ଅଧିକାଂଶ ସାପ ବିଷଧର ହୋଇଥାନ୍ତି ବୋଲି କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More