Only for Entertainment

ନବରାତ୍ରୀରେ ପତି-ପତ୍ନୀ କାହିଁକି ଦୂରରେ ରହିବା ଉଚିତ ? ଜାଣନ୍ତୁ ଏହା ପଛର କାରଣ

you tube
150

ନବରାତ୍ରୀ ପର୍ବରେ ମା’ ଦର୍ଗାଙ୍କର ନଅଟି ରୂପର ଆରାଧନା କରାଯାଇଥାଏ । ହିନ୍ଦୁ ଧର୍ମ ଅନୁସାରେ ଏହାର ଏନେକ ମହତ୍ୱ ରହିଛି । ଅନେକ ଲୋକେ ନବରାତ୍ରୀ ପର୍ବରୁ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି । କେବଳ ଏତିକି ନୁହେଁ ଏହି ସମୟରେ ପତି-ପତ୍ନୀଙ୍କୁ ପରସ୍ପରର ନିକଟତର ହେବାକୁ ମଧ୍ୟ ବାରଣ କରାଯାଇଛି । ଏହା ପଛରେ କେବଳ ଧାର୍ମିକ କାରଣ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ।

ସାଧନା ପୂରା ହୁଏ ନାହିଁ-
କୁହାଯାଏ ଯେ, ନବରାତ୍ରୀ ସମୟରେ ସଂମ୍ବନ୍ଧ ବନାଇବା ଦ୍ୱାରା ମନ ବିଚଳିତ ରହିଥାଏ । ଯେଉଁ କାରଣରୁ ପତି-ପତ୍ନୀଙ୍କ ମନ ପୂଜାରେ ଲାଗିନଥାଏ । ଏହାଦ୍ୱାରା ମା’ଙ୍କ ପୂଜା ଅଧୁରା ରହିଯାଏ ।

ଶରୀରରେ ଶକ୍ତି କମ ଥାଏ-
ନବରାତ୍ରୀ ବ୍ରତ ରଖିବା ଫଳରେ ଶରୀରରେ ଶକ୍ତି କମ ଥାଏ । ଏହା ଫଳରେ ଶରୀରରେ ମାନସିକ ଏବଂ ଶାରୀରିକ ସ୍ତରରେ ସଂମ୍ବନ୍ଧ ପାଇଁ ପ୍ରସ୍ତୁତ ରହିନଥାଏ । ଏହି କାରଣରୁ ଡାକ୍ତର ମଧ୍ୟ ନିଜ ଉପରେ ସଂଯମ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥାନ୍ତି ।

ସଂକ୍ରମଣର ଆଶଙ୍କା-
ନବରାତ୍ରୀ ସମୟରେ ମୌସୁମୀରେ ପରିବର୍ତ୍ତନ ଦେଖାଯାଇଥାଏ । ଏହି ସମୟରେ ଅନେକ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ସେଥିପାଇଁ ପତି-ପତ୍ନୀ ପରସ୍ପର ଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି ।

ବ୍ରହ୍ମଚର୍ଯ୍ୟର ପାଳନ-
କୁହାଯାଏ ମାତାଙ୍କ ଅଂଶ ପ୍ରତ୍ୟେକ ନାରୀ ମଧ୍ୟରେ ରହିଥାଏ । ଏହି ସମୟରେ ବିବାହିତ ନାରୀମାନଙ୍କୁ ସଧବା ସାମଗ୍ରୀ ଦେବାର ପରମ୍ପରା ରହିଥାଏ । ସେଥିପାଇଁ ପତି-ପତ୍ନୀଙ୍କୁ ନିଜ ଉପରେ ସଂଯମ ରଖି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ପାଇଁ କୁହାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More