Only for Entertainment

କାହିଁକି ଭାରତୀୟ ଆର୍ମି, ଏୟାରଫୋର୍ସ ଏବଂ ନେଭି ଭିନ୍ନ ଭିନ୍ନ ପ୍ରକାରର ସାଲ୍ୟୁଟ କରନ୍ତି?

befojji
197

ଭାରତୀୟ ତିନି ସ୍ଥଳ ବା ଆର୍ମି,ଏୟାରଫୋର୍ସ ଏବଂ ନେଭିର ବ୍ୟକ୍ତି ସାଲ୍ୟୁଟ ମାରନ୍ତି, ଏହା ତ ଆପଣ ଦେଖିଥିବେ, କିନ୍ତୁ କ’ଣ କେବେ ନଜର କରିଛନ୍ତିଯେ ସେମାନଙ୍କ ସାଲ୍ୟୁଟ କରିବାର ପ୍ରକ୍ରିୟା ପରସ୍ପରଠାରୁ ଭିନ୍ନ । ଆଜ୍ଞା ହଁ ଆଜି ଆମେ ଆପଣଙ୍କ ସହିତ ସେହି ବିଷୟରେ ଆଲୋଚନା କରୁଛୁ ।

ଭାରତୀୟ ଆର୍ମି ସାଧାରଣ ଭାବରେ ସାଲ୍ୟୁଟ କରନ୍ତି । ନେଭି ହାତକୁ ତଳକୁ କରି ସାଲ୍ୟୁଟ କରନ୍ତି । ଇଣ୍ଡିଆନ ଏୟାରଫୋର୍ସ ୪୫ ଡିଗ୍ର୍ରୀ ଆଙ୍ଗେଲରେ ସାଲ୍ୟୁଟ କରନ୍ତି । ଇଣ୍ଡିଆନ ଆର୍ମିର ସାଲ୍ୟୁଟ ଦେଖି ଆମେ କହିପାରିବା ଏହା ସାଧାରଣ, କିନ୍ତୁ ଇଣ୍ଡିଆନ ନେଭି ହାତକୁ ତଳକୁ କରି ସାଲ୍ୟୁଟ ମାରିବାର କାରଣ କ’ଣ? ଏହାର କାରଣ ହେଉଛି ସେମାନେ ତାଙ୍କ ହାତ ପାପୁଲିକୁ ଲୁଚାଇବାକୁ ଚାହାଁନ୍ତି । କାରଣ ପାଣି ଜାହାଜରେ କାମ କରି କରି ଅଧିକାଂଶଙ୍କ ହାତ ପାପୁଲିରେ ତେଲ ଏବଂ ଗ୍ରୀସ ଲାଗିଯାଏ । ତେଣୁ ଏହାକୁ ଲୁଚାଇବା ପାଇଁ ସେମାନେ ହାତ ପାପୁଲିକୁ ତଳକୁ କରି ସାଲ୍ୟୁଟ କରନ୍ତି ।

ଇଣ୍ଡିଆନ ଏୟାରଫୋର୍ସଙ୍କ ଷ୍ଟାଇଲ ମଧ୍ୟ କିଛି ଭିନ୍ନ ପ୍ରକାରର । ସେମାନେ ହାତ ପାପୁଲିକୁ ଉପରକୁ କରି ସାଲ୍ୟୁଟ କରନ୍ତି । ଅର୍ଥାତ ସେମାନଙ୍କ ହାତ ଆକାଶ ପାଶ୍ୱର୍କୁ ରହିଥାଏ । ଏହା ଦ୍ୱାରା ସେମାନେ ଆକାଶ ପାଶ୍ୱର୍କୁ ସମ୍ମାନ ଦିଅନ୍ତି । କାରଣ ସେମାନେ ତାଙ୍କ ଜୀବନର ଅଧିକାଂଶ ସମୟ ଆକାଶ ମାର୍ଗରେ ବିତାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More