Only for Entertainment

ସାମ୍ନାକୁ ଆସିଲା ସର୍ଭେ ରିପୋର୍ଟ: ଟପ ଟ୍ରେଣ୍ଡରେ ସୋନା ମହାପାତ୍ର ।

Jammu Links News
36

ଆଲୋଚନା ହେଉଛି ଚର୍ଚ୍ଚିତ ସେଲିବ୍ରେଟୀଙ୍କୁ ନେଇ । ୨୦୧୮ରେ ଟପ ଟ୍ରେଣ୍ଡକୁ ଆସିଥିବା ଏହି ସେଲିବ୍ରେଟୀଙ୍କୁ ନେଇ କନକ ନ୍ୟୁଜ ତରଫରୁ ଏକ ସର୍ଭେ ଜାରି ରହିଛି । ଯାହାର ଟପ ଟ୍ରେଣ୍ଡରେ ଅଛନ୍ତି ସୋନା ମହାପାତ୍ର । ତେବେ ସୋନା ମହାପାତ୍ରଙ୍କ ବ୍ୟତୀତ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ପପୁ ପମପମ,ମଂଟୁ ଛୁରିଆ ଏବଂ ଗାୟିକା ଅସୀମା ପଣ୍ଡା । ତେବେ କାହିଁକି ସେମାନେ ଚର୍ଚ୍ଚାକୁ ଆସିଛନ୍ତି ଆସନ୍ତୁ ଆଲୋଚନା କରିବା ।

ସୋନା ମହାପାତ୍ର:
୨୦୧୮ରେ ପ୍ରଥମେ ଆହେ ନୀଳ ଶୈଳ ଗୀତରେ ଉଚ୍ଚାରଣ ଭୁଲ କରି ଚର୍ଚ୍ଚାକୁ ଆସିଥିଲେ ସୋନା । ଯାହା ଓଡ଼ିଶାରେ ହଇଚଇ ଖେଳାଇ ଦେଇଥିଲା । ଭାଇରାଲ ହେବାରେ ଲାଗିଥିଲା ମୁମ୍ବାଇରେ ଗାଇଥିବା ୟୁଟ୍ୟୁବ ଭିଡ଼ିଓ । ସମାଲୋଚନାର ଶୀକାର ହୋଇଥିଲେ ଏହି ଗାୟିକା । ତେବେ ଏହିଠାରେ ଚର୍ଚ୍ଚା ଶେଷ ହୋଇନଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ମି ଟୁ କ୍ୟାମ୍ପେନରେ ସାମିଲ ହୋଇ ନିଜର ମତ ରଖିଥିଲେ ସୋନା । ପ୍ରସିଦ୍ଧ ଗାୟକ କୈଳାଶ ଖେର ଏବଂ ଅନୁ ମଲ୍ଲିକଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ତେବେ ଏହି ଘଟଣା ସମଗ୍ର ଓଲିଉଡ ଏବଂ ବଲିଉଡରେ ଧୁମ ମଚାଇଥିଲା ।

ପପୁ ପମପମ:
ଓଡ଼ିଶାର ପ୍ରସିଦ୍ଧ ହାସ୍ୟ ଅଭିନେତା ଭାବରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ପପୁ ପମପମ ଏହି ଲିଷ୍ଟରେ ମଧ୍ୟ ଏକ ସ୍ଥାନ ସୃଷ୍ଟି କରିଛନ୍ତି । ପାନକ୍ରିୟାଜ ରୋଗରେ ପିଡ଼ିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ ପପୁ । ଚିକିତ୍ସାରେ ସୁଧାର ଆସିବା ପରେ ଓଡ଼ିଶା ଫେରିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ଥରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯାହା ପରେ ତାଙ୍କୁ ନେଇ ବିଭିନ୍ନ ପ୍ରକାରର କଥା ଭାଇରାଲ ହେବାରେ ଲାଗିଥିଲା । ଗୋଟିଏ ପରେ ଗୋଟିଏ ଗୁଜବ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିଲା । ବିଶେଷ କରି ପପୁଙ୍କ ମୃତ୍ୟୁ ଘଟିଥିବା ଭଳି ମିଛ ଗୁଜବ ଖୁବ ଭାଇରାଲ ହୋଇଥିଲା ଏବଂ ଶେଷରେ ବଂଚିଛନ୍ତି ବୋଲି ଏକ ଭିଡ଼ିଓ ଜାରି କରି ତାହାର ପ୍ରମାଣ ଦେବା ସହିତ ସମସ୍ତ ଗୁଜବରେ ପୂର୍ଣ୍ଣଛେଦ ଦେଇଥିଲେ ପପୁ । କେବଳ ସେତିକି ନୁହେଁ ପାନକ୍ରିୟାଜ ଭଳି ଏକ ବିରାଟ ରୋଗରୁ ଭଲ ହୋଇ ଫେରିବା ପରେ ଏକ କମେଡ଼ି ଫିଲ୍ମ ନିର୍ମାଣ କରୁଛନ୍ତି ଏହି ହାସ୍ୟ ଅଭିନେତା । ଯାହା ନିହାତି ଭାବରେ ତାଙ୍କ ପାଇଁ ଏକ ନୂଆ ଆରମ୍ଭ ।

ମଂଟୁ ଛୁରିୟା:
ଏକାଧିକ ସମ୍ବଲପୁରୀ ଗୀତ ଗାଇ ଲକ୍ଷ ଲକ୍ଷ ପ୍ରଶଂସକ ସୃଷ୍ଟି କରି ପାରିଛନ୍ତି ଗାୟକ ମଂଟୁ ଛୁରିୟା । ୟୁଟ୍ୟୁବରେ ଧୁମ ମଚାଉଛି ମଂଟୁଙ୍କ ପ୍ରତ୍ୟେକଟି ଗୀତ । ତାଙ୍କର ଏଭଳି କିଛି ଗୀତ ହିଟ ହୋଇଛି ଯାହାକୁ ଦଶ ମିଲିଅନରୁ ଅଧିକ ଭ୍ୟୁଜ ମିଳିଛି । ତେବେ ଯା ତୋତେ କିଏ ପଚାରେ, ଦେଶୀ ପିଲା,ଭିଜା ସକାଳର ତୁ ଆଦି ଗୀତ ଦର୍ଶକଙ୍କ ମନ କିଣୁଛି । ତେଣୁ ଟପ ଟ୍ରେଣ୍ଡରେ ସାମିଲ ହୋଇ ଯାଇଛନ୍ତି ମଂଟୁ । ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲୁଛି ।

ଅସୀମା ପଣ୍ଡା:
ଏହି ଟ୍ରେଣ୍ଡରେ ଯୋଡ଼ି ହୋଇ ଯାଇଛନ୍ତି ଓଲିଉଡର ଚୁଲବୁଲି ଗାୟିକା ଅସୀମା ପଣ୍ଡା । ସେ ମଧ୍ୟ ମଂଟୁ ଛୁରିୟାଙ୍କ ସହିତ ଦେଇଛନ୍ତି କେତୋଟି ସୁପରହିଟ ଗୀତ । ବଂଜାରା,ମାୟାରେ ବାୟା ଆଦି ଦର୍ଶକଙ୍କ ହୃଦୟକୁ ଜିତିଛି । ଅସୀମା ପଣ୍ଡାଙ୍କ ମାୟାରେ ବାୟା ଗୀତକୁ ୧୦ ମିଲିଅନରୁ ଅଧିକ ଭ୍ୟୁଜ ମିଳିଛି । ତେବେ ଏହିଭଳି ଏକାଧିକ ହିଟ ଗୀତ ଦେଇଛନ୍ତି ଅସୀମା । ଯାହା ତାଙ୍କୁ ୨୦୧୮ର ବହୁ ଚର୍ଚ୍ଚିତ ସେଲିବ୍ରେଟୀଙ୍କ ମଧ୍ୟରେ ସାମିଲ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More