Only for Entertainment

ପାକିସ୍ତାନ ନବ ବଧୂ କାହିଁକି ପିନ୍ଧିଲେ ଟମାଟରରେ ପ୍ରସ୍ତୁତ ଗହଣା ?

24

ପାକିସ୍ତାନରେ ଏକ କିଲୋଗ୍ରାମ ଟମାଟର ୩୦୦ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଏହି ପରିସ୍ଥିତିରେ ପାକିସ୍ତାନୀ ବାସିଙ୍କ ପାଇଁ ସୁନା ଠାରୁ କିଛି କମ ନୁହେଁ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଗୋଟିଏ ନବବଧୂ ସୁନା ବଦଳରେ ଟମାଟର’ର ଗହଣା ପିନ୍ଧିଛି । ଏହି ଭିଡିଓକୁ ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ନିଜ ଅଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତିି ।

ଏହି ଭିଡିଓକୁ ଶେୟାର କରି ନାୟଲା ଲେଖିଛନ୍ତି ଯେ ଟମାଟର ଗହଣା, ଯଦି ଆପଣଙ୍କୁ ଲାଗୁଛି ଆପଣ ଜୀବନରେ ସବୁକିଛି ଦେଖି ନେଇଛନ୍ତି … । ଖବର ଲେଖାଯିବା ପୂର୍ବରୁ ତାଙ୍କର ଏହି ଭିଡିଓରେ ୨୬ହଜାରରୁ ଅଧିକ ଭ୍ୟୁ ଏବଂ ୨ହଜାରରୁ ଅଧିକ ଲାଇକ ମିଳିସାରିଥିଲା ।

ଭିଡିଓରେ ବଧୂଙ୍କ ସହ ସାମ୍ବାଦିକ କଥା ହେଉଛନ୍ତି । ନବ ବଧୂ ଜଣକ କହିଛନ୍ତି ଯେ ତାଙ୍କ ଦେଶରେ ବିଲାତି ଏବଂ ପାଇନ ନଟ ସବୁଠାରୁ ଦାମୀ ଅଟେ । ଏହି କାରଣରୁ ସୁନା ପରିବର୍ତ୍ତେ ଟମାଟର’ର ଗହଣା ପରିଧାନ କରିଛନ୍ତି । ତାଙ୍କର ବଡ ଭାଇ ତାଙ୍କୁ ପାଇନ ନଟ ଉପହାର ସଦୃଶ ଦେଇଛନ୍ତି । ବାପା-ମା ସୁଟକେଶ’ରେ ଟମାଟର ଭର୍ତ୍ତି କରି ପଠାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More