Only for Entertainment

କାହିଁକି ଦାଢି ରଖିଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା?

380

ସାଧାରଣତଃ ପୁରୁଷମାନେ ବିନା ଦାଢିରେ ରହିବାକୁ ପସନ୍ଦ କରନ୍ତି । ହେଲେ ପୂର୍ବ କିଛି ବର୍ଷର ଟ୍ରେଣ୍ଡ୍ ଅନୁଯାୟୀ ଏବେ ଦାଢି ରଖିବାର ଷ୍ଟାଇଲ ବଦଳିଛି । ଏବେ ପୁରୁଷମାନେ ବିନା କୌଣସି ଚିନ୍ତାରେ ଦାଢି ବଢାଇବାରେ ଲାଗିଛନ୍ତି । କିଏ ଟ୍ରିମ୍ କରି ଦାଢ଼ି ରଖୁଛି, କିଏ ଫ୍ରେଞ୍ଚ କଟ୍ ରଖୁଛି ପୁଣି କିଏ ଲମ୍ବା ଦାଢ଼ି ରଖୁଛି । ଏପରିକି ଦାଢ଼ି ରଖିବା ଏକ ପ୍ରକାର ରୁଚିରେ ବଦଳି ଯାଇଛି ପୁରୁଷଙ୍କ ପାଇଁ । ଦାଢ଼ି ବଢ଼ାଇବା ପାଇଁ ପୁରୁଷମାନେ ସ୍ୱତନ୍ତ୍ର ତେଲ ଓ କ୍ରିମ ମଧ୍ୟ ବ୍ୟବହାର କରୁଛନ୍ତି ।

 

ସୂଚନାଯୋଗ୍ୟ, ଜେନେରାଲ ଅଫ ଇବଲ୍ୟୁସନ ବାୟାଲୋଜିରେ ଏଡି ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପାଇଛି । ଦ ମସ୍କୋଲିନିଟି ପାରାଡକ୍ସରେ ୮,୫୨୦ ଜଣ ମହିଳାଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ରିସର୍ଚ୍ଚ ସମୟରେ ମହିଳାଙ୍କୁ ଦାଢି ରଖିଥିବା ପୁରୁଷ ଓ ବିନା ଦାଢି ଥିବା ପୁରୁୁଷଙ୍କୁ ରେଟିଙ୍ଗ ଦେବା ପାଇଁ କୁହାଯାଇଥିଲା । ଏହି ରେଟିଙ୍ଗରେ ଜଣାପଡିଛି ଦାଢିଥିବା ପୁରୁଷଙ୍କୁ ଅଧିକ ରେଟିଙ୍ଗ ମିଳିଛି । ଅର୍ଥାତ ମହିଳାମାନେ ଅଧିକ ଦାଢି ଥିବା ପୁରୁଷଙ୍କୁ ପସନ୍ଦ କରୁଛନ୍ତି । ଯଦି ଲଙ୍ଗ ଟର୍ମ ରିଲେସନଶିପର କଥା ଆସୁଛି ତାହାଲେ ମହିଳାମାନେ ଦାଢି ଥିବା ପୁରୁଷଙ୍କ ଉପରେ ଅଧିକ ଭରସା କରୁଛନ୍ତି । ଏହାସହ ତାଙ୍କ ଆଡକୁ ବେଶି ଆର୍କଷିତ ମଧ୍ୟ ହେଉଛନ୍ତି । ଯେଉଁ ପୁରୁଷମାନେ ଅଧିକ ଦାଢି ରଖିଛନ୍ତି ମହିଳାମାନେ ସେମାନଙ୍କୁ ଅଧିକ ଭରସାଯୋଗ୍ୟ, ମସ୍କୁଲିନ୍, ମ୍ୟାରେଜ ମେଟେରିଆଲ ବୋଲି କହିଛନ୍ତି ।

 

ଏହାସହ ମହିଳାମାନେ ସେହି ପୁରୁଷମାନଙ୍କୁ ପସନ୍ଦ କରନ୍ତିନି ଯେଉଁମାନେ ଅଧିକ ଫେମିନିନ୍ ଓ ଅଧିକ ମସ୍କୋଲିନ ହୋଇଥାନ୍ତି । ବିନା ଦାଢି ଥିବା ପୁରୁଷଙ୍କୁ ସେମାନେ ଭରସା କରିପାରନ୍ତି ନାହିଁ । ସେମାନଙ୍କୁ ଲାଗେ ବିନା ଦାଢି ଥିବା ପୁରୁଷ ଅଧିକ ଦିନ ରିଲେସନସିପରେ ତିଷ୍ଠି ପାରନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More