Only for Entertainment

ଗଶେଶ ଚତୁର୍ଥୀରେ ଚନ୍ଦ୍ର ଦେଖିବା ଅଶୁଭ, ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗିବାକୁ ପଡିଥିଲା ପରିଣାମ, ଜାଣନ୍ତୁ କାହିଁକି?

jansatta
0 45

ଆଜି ପବିତ୍ର ଗଶେଶ ଚତୁର୍ଥୀ । ଏହି ତିଥିରେ ଶ୍ରୀ ଶ୍ରୀ ଗଜାନନ ମହାପ୍ରଭୁ ଜନ୍ମ ହୋଇଥିଲେ । ରିଦ୍ଧି ସିଦ୍ଧି ଦାତା ଭଗବାନ ଗଶେଶଙ୍କୁ ଏହି ଦିନ ସ୍ଥାପନ କରାଯାଇ ପୂଜା କରାଯାଏ । ତେବେ ପୁରାଣ ଶାସ୍ତ୍ର କଣ କହେ ଏହି ଦିନକୁ ନେଇ ଆସନ୍ତୁ ଜାଣିବା ।

ଏପରି କୁହାଯାଏ ଯେଉଁ ବ୍ୟକ୍ତି ଏହି ଦିନ ଚନ୍ଦ୍ର ଦର୍ଶନ କରିଥାଏ ତା ଉପରେ ମିଛ ଅଭିଯୋଗ ଲାଗିପାରେ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଏହି ଦିନ ଚନ୍ଦ୍ର ଦର୍ଶନ କରିଦେଇଥିଲେ । ଯାହା ଫଳରେ ତାଙ୍କ ଉପରେ ଚୋରୀ ଅଭିଯୋଗ ଲାଗିଥାଏ । ଭଗବାନ କୃଷ୍ଣଙ୍କୁ ଭଗବାନ ଗଣେଶଙ୍କ ପୂଗା କରିବା ପରେ ଏହି ଅଭିଯୋଗରୁ ମୁକ୍ତି ମିଳିଥିଲା । ପୌରାଣିକ କଥା ଅନୁସାରେ ଭାଦ୍ରପଦର ଶୁକ୍ଳପକ୍ଷ ଚତୁର୍ଥୀରେ ଭଗବାନ ଗଣେଶ ଚନ୍ଦ୍ରମାକୁ ଅଭିଶାପ ଦେଇଥିଲେ ଯେଉଁ କାରଣରୁ ଏହି ଦିନ ଯେଉଁ ବ୍ୟକ୍ତି ଚନ୍ଦୟ ଦର୍ଶନ କରେ ତାଉପରେ ଚୋରୀର ମିଛ ଅଭିଯୋଗ ଲାଗିଥାଏ ।

ଥରେ ଚନ୍ଦ୍ରମା ଗଣେଶଙ୍କୁ ଦେଖି ତାଙ୍କ ମୁଖ ପାଇଁ ତାଙ୍କ ମୁଖ ପାଇଁ ତାଙ୍କୁ ପରିହାସ କରିଥିଲେ । ଯାହା ଫଳରେ କ୍ରୋଧରେ ଜର୍ଜରିତ ହୋଇ ଗଣପତି ଚନ୍ଦ୍ରମାକୁ ଅଭିଶାପ ଦେଇଥିଲେ, ଆଜି ଠାରୁ ଯିଏ ବି ଦେଖିବ ତାକୁ ମିଛ ଚୋରୀ ଅଭିଯୋଗର ସାମ୍ନା କରିବାକୁ ପଡିବ । ଏହାପରେ ଚନ୍ଦ୍ରମା ନିଜ ଭୁଲ୍ ଜାଣିପାରି ତୁରନ୍ତି ଗଣେଶଙ୍କୁ କ୍ଷମା ମାଗିଥିଲେ । ତଦା ପରେ ଗଣପତି ତାଙ୍କୁ ଶାପ ମୁକ୍ତ କରିଦେଲେ କିନ୍ତୁ କହିଲେ ବର୍ଷକୁ ଥରେ ଏହାର ପ୍ରମାବ ରହିବ । ସେବେଠାରୁ ଭାଦ୍ରପଦ ଶୁକ୍ଳ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ଫଳରେ କଳଙ୍କ ଲାଗିବାର ମାନ୍ୟତା ଚାଲିଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More