Only for Entertainment

ସାବଧାନ ! ‘ସାଇଲେଂଟ କିଲର’ ଭଳି କାର୍ଯ୍ୟ କରେ ୱାଇ-ଫାଇ

27

ଇଂଟରନେଟ ଏ ମୋବାଇଲ ଫୋନ ଲୋକମାନଙ୍କ ଜୀବନ ଶୈଳୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପ୍ରତିପାଦିତ । ସେ ଅଫିସ ହେଉ କି ଘର,ପ୍ରତିଟି ସ୍ଥାନରେ ଲୋକମାନେ ଇଂଟରନେଟର ପ୍ରଚୁର ବ୍ୟବହାର କରିବାକୁ ଲାଗୁଛନ୍ତି । ଏହା ସତ କି ଏହି ଟେକ୍ନୋଲୋଜି ନା କେବଳ ଲୋକଙ୍କ ଜୀବନକୁ ସହଜ କରି ଦେଇଛି ବରଂ ଏହାର ଅନ୍ୟକାରଣ ହେଉଛି ୱାଇ ଫାଇର ରେଡିଏସନ । ଏହା ଯୋଗୁଁ ଲୋକମାନଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡୁଛୁ । ଏକ ବ୍ରିଟିସ୍ ହେଲଥ ଏଜେନ୍ସି ଦ୍ୱାରା କରା ଯାଇଥିବା ଏକ ରିସର୍ଚ୍ଚ ମୁତାବକ ୱାଇ ଫାଇ’ର ରେଡିଏସନ୍ ଏକ ‘ସାଇଲେଂଟ କିଲର’ ରୂପେ କାର୍ଯ୍ୟ କରିଥାଏ । ଏହା ମଣିଷଙ୍କ ପାଇଁ ଖାଲି ଯେ କ୍ଷତିକାରକ ହୋଇଥାଏ ତାହା ନୁହେଁ ବୃକ୍ଷଲତାଙ୍କ ପାଇଁ ମଧ୍ୟ ଏହା କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି

 

ଏହାର ପ୍ରଭାବରେ ମନୁଷ୍ୟ ଶରୀରରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ପରିଲକ୍ଷିତ ହୋଇଥାଏ । ଯେପରିକି, ଅତ୍ୟଧିକ ଥକ୍କାପଣ, ଆଖି-କାନ ଏବଂ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା,ଏକାଗ୍ରତାର ହ୍ରାସ, ନିଦ୍ରାହୀନତା ଆଦି ସମସ୍ୟା ଦେଖାଦେଇଥାଏ । ତେବେ ଏହାର ମୁଖ୍ୟ କାରଣ ହେଲା ଅତ୍ୟଧିକ ପରିମାଣରେ ୱାଇ ଫାଇର ବ୍ୟବହାର । ଏଣୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଇଂଟରନେଟ ଓ ମୋବାଇଲର ସିିମିତ ପ୍ରୟୋଗ କରନ୍ତୁ । ଅର୍ଥାତ୍ ୱାଇ ଫାଇର ବହୁ କମ ବ୍ୟବହାର କରିବା । ଶୋଇବା ପୂର୍ବରୁ ତଥା ଶୋଇବାର ପାଖାପାଖି ୧-୨ ଘଂଟା ପୂର୍ବରୁ ୱାଇ ଫାଇକୁ ଡିସକନେକ୍ଟ କରିଦିଅନ୍ତୁ

ସେୟାର ଲେନ୍ସ ବଦଳରେ କେବୁଲର ଅଧିକ ବ୍ୟବହାର କରନ୍ତୁ । ରାତିରେ ଶୋଇବା ସମୟରେ ଭିଡିଓ ଦେଖନ୍ତୁ ନାହିଁ ।କାରଣ ଏପରି କରିବା ସମୟରେ ସାଧାରଣତଃ ଅଧିକାଂଶ ସମୟ ମୁଣ୍ଡ ତଳକୁ ନଇଁ ରହିଥାଏ । ଯାହା ଫଳରେ କି ସ୍ପଣ୍ଡିଲାଇଟିସ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଯେତେ ସମ୍ଭବ ହୋଇପାରେ ଇଂଟରନେଟର ସୀମିତ ବ୍ୟବହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More