Only for Entertainment

ସ୍ୱାମୀ ରୁଟି ମାଗିବାରୁ କୋର୍ଟରେ ପହଂଚିଲେ ପତ୍ନୀ,ଜାଣନ୍ତୁ ଏହା ପଛର କାରଣ ।

youtube
0 50

ସ୍ୱାମୀ ନିର୍ଯାତନା ଦେଲେ ପତ୍ନୀ କୋର୍ଟରେ ପହଂଚିବା ସ୍ୱଭାବିକ କଥା । କିନ୍ତୁ ସ୍ୱାମୀ ରୁଟି ମାଗିବାରୁ ଜଣେ ପତ୍ନୀ କୋର୍ଟର ସାହାର ନେଇଛନ୍ତି,କଥାଟି ଶୂଣିବାକୁ ଖୁବ ଅଡ଼ୁଆ ଲାଗୁଛି । କିନ୍ତୁ କଥାଟି ସଂମ୍ପୂର୍ଣ୍ଣ ସତ୍ୟ । ବାସ୍ତବରେ ମହାରାଷ୍ଟ୍ରର ପୁନେରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି,ଯେଉଁଥିପାଇଁ ପତ୍ନୀ ଜଣକ ଛାଡ଼ପତ୍ର ମାଗିଛନ୍ତି ।

ମହିଳାଙ୍କ କହିବା ଅନୁସାରେ ରୁଟିର ବ୍ୟାସ ୨୦ ସେମି ହେବା ଦରକାର ବୋଲି ତାଙ୍କ ସ୍ୱାମୀ ଦାବି କରନ୍ତି । ଏଭଳି ନହେଲେ ସେ ମାଡ଼ ମାରନ୍ତି । ମହିଳା ଜଣକ ଏହା ମଧ୍ୟ କହିଛନ୍ତିଯେ ତାଙ୍କ ସ୍ୱାମୀ ଜଣେ ଇଂଜିନିୟର ଏବଂ ତାଙ୍କୁ ସମସ୍ତ କାର୍ଯ୍ୟରେ ପରଫେକ୍ସନ ଦରକାର । ଯେତେବେଳେ ତାଙ୍କ ଅନୁସାରେ ସେଭଳି ହୁଏ ନାହିଁ ତ ସେ ମାଡ଼ ମାରନ୍ତି । ଏହା ସହିତ ସାରା ଦିନ କରିଥିବା କାମକୁ ଏକ ଲିଷ୍ଟ କରି ଦେଖାଇବା ପାଇଁ ମଧ୍ୟ ତାଙ୍କ ସ୍ୱାମୀ କୁହନ୍ତି ।

କେବଳ ସେତିକି ନୁହେଁ କାମ ଠିକ ନ ହେଲେ ଥଣ୍ଡା ପାଣି ଢାଳି ଏସି ଘରେ ବନ୍ଦ ମଧ୍ୟ କରି ଦିଅନ୍ତି । ତେବେ ଦୁଇଜଣଙ୍କ ବିବାହ ୨୦୦୮ରେ ହୋଇଥିଲା ଏବଂ ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ମହିଳାଙ୍କ ବଂଚିବା କଷ୍ଟସାଧ୍ୟ ହୋଇ ଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More