Only for Entertainment

ହ୍ରିତିକଙ୍କୁ ପସନ୍ଦ କରିବା ପଡିଲା ମହଙ୍ଗା, ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ!

latestly
142

ନ୍ୟୁୟର୍କରୁ ଏକ ସଂଘାତିକ ହତ୍ୟା ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଖବର ଅନୁସାରେ ନ୍ୟୁୟର୍କରେ ରହୁଥିବା ଭାରତୀୟ ଦମ୍ପତିଙ୍କ ଜୀବନରେ ଅଭିନେତା ହ୍ରିତିକ ରୋଶନଙ୍କ ପାଇଁ ଏପରି କିଛି ଘଟିଛି ଯାହାକୁ ଆପଣ ସହଜରେ ଗ୍ରହଣ କରିପାରିବେ ନାହିଁ ।

ରିପୋର୍ଟ ଅନୁସାରେ ୩୩ ବର୍ଷିୟ ଦିନେଶ୍ୱର ବୁଦ୍ଧିଦାତଙ୍କ ୨୭ ବର୍ଷିୟ ପତ୍ନୀଙ୍କର କ୍ରଶଥିଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ । ଏହାକୁ ଦିନେଶ୍ୱର ସହଜରେ ଗ୍ରହଣ କରିପାରୁନଥିଲେ । ହ୍ରିତିକଙ୍କ ପାଇଁ ପତ୍ନୀଙ୍କର ଥିବା ଭଲପାଇବାକୁ ଦେଖି ଇର୍ଷାରେ ପତ୍ନୀଙ୍କ ହତ୍ୟା କରିଛନ୍ତି ଦିନେଶ୍ୱର । କେବଳ ଏତିକି ନୁହେଁ ପତ୍ନୀଙ୍କୁ ମାରିବା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି ।

କୁହାଯାଉଛି ଯେ ଦିନେଶ୍ୱର ବୁଦ୍ଧିଦାତ ସମସ୍ତଙ୍କୁ ଅପମାନଜନକ ଏବଂ ଦୁର୍ବ୍ୟବହାର ଦେଖାଇଥାନ୍ତି । ଦିନେଶ୍ୱରଙ୍କ ପତ୍ନୀ ଡୋନେ ଡୋଜାୟ ଜମେ ବାରଟେଣ୍ଡର ଭାବେ କାମ କରୁଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଦିନେଶ୍ୱର ଶୁକ୍ରବାର ରାତିରେ ପତ୍ନୀ ଡୋନେଙ୍କ ହତ୍ୟା କରିଛି । ଏହାପରେ ସେ ନୁୟୁର୍କର ହାବାର୍ଡ ପାଖରେ ଥିବା ଏକ ଗଛରେ ଲଟକି ଆତ୍ମହତ୍ୟା କରିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଦେଉଛି ଯେ, ଦିନେଶ୍ୱର ନିଜ ପତ୍ନୀଙ୍କ ହତ୍ୟା କରିବା ପରେ ନିଜ ଭଉଣୀକୁ ମେସେଜ କରି ସବୁକଥା ସେୟାର କରିଥିଲା ।

ଡୋନେଙ୍କ ବନ୍ଧୁଙ୍କ କହିବା ଅନୁସାରେ ହ୍ରିତିକଙ୍କ ସହିତ ଡୋନେଙ୍କ କ୍ରସ ଥିବାରୁ ଦିନେଶ୍ୱର ତାଙ୍କ ସହିତ ପୂର୍ବରୁ ମଧ୍ୟ ତାଙ୍କ ଅଭଦ୍ର ବ୍ୟବହାର ଦେଖାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More