Only for Entertainment

ମିଠୁ’ କୁ ବାଦ ଦେଇ ହାଉସ ଫୁଲ-୪ ରେ ନଜର ଆସିବେ ନାନା ପାଟେକର !

28

ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଦ୍ୱାରା ଯୌନ ଶୋଷଣର ଅଭିଯୋଗ ଆସିବାପରେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକର୍‌ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ରୁ ଓହରିଯାଇଛନ୍ତି। ହେଲେ ଏବେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ,ନାନା ପାଟେକର୍‌ ନ ଚାହିଁଲେ ବି ତାଙ୍କୁ ଫିଲ୍ମରୁ ବାଦ୍‌ ଦିଆଯାଇ ପାରିବ ନାହିଁ।

ପ୍ରଯୋଜନା ସଂସ୍ଥା ସୂତ୍ରରୁ ଜଣାଯାଇଛି ଯେ,ନାନା ପାଟେକର୍‌ ମଲଟି ଷ୍ଟାରର ‘ହଉସ୍‌ଫୁଲ୍‌-୪’ରେ ତାଙ୍କର ଥିବା ଅଧିକାଂଶ ସିନ୍‌ର ସୁଟିଂ ଶେଷ କରିଥିଲେ ଯୋଧପୁର ସିଡ୍ୟୁଲରେ।ଏହି ସୁଟିଂ ବେଳେ ଅନ୍ୟ ପ୍ରମୁଖ କଳାକାର ଯଥା ଅକ୍ଷୟ କୁମାର,ବବି ଦେଓଲ,ଋତେଶ୍‌ ଦେଶ୍‌ମୁଖ୍‌ ,ବୋମନ ଇରାନୀ ଓ ଚଙ୍କି ପାଣ୍ଡେ ପ୍ରମୁଖଙ୍କ ସହ ବି ସିନ୍‌ ଥିଲା।

କିନ୍ତୁ ଏହି କଳାକାରମାନଙ୍କ ସହିତ ଯେଉଁ ସବୁ ଦୃଶ୍ୟରେ ନାନା ଥିଲେ,ତାକୁ ବାଦ୍‌ ଦିଆଯାଇପାରିବ ନାହିଁ।ଏଣୁ ନାନା ପାଟେକରଙ୍କୁ ‘ହାଉସଫୁଲ୍‌-୪’ରେ ଦେଖିବାକୁ ମିଳିବ ବୋଲି ଜଣାଯାଇଛି। ମଝିରେ ଶୁଣିବାକୁ ମିଳୁଥିଲା ଯେ ନାନାଙ୍କ ସ୍ଥାନରେ ଅନୀଲ କପୁର ବା ସଂଜୟ ଦତ୍ତଙ୍କୁ ନିଆଯିବ।ହେଲେ ତାହା ଆଉ ଘଟିବ ନାହିଁ ବୋଲି କୁହାଯାଉଛି।

ଇତିମଧ୍ୟରେ ଫିଲ୍ମର ନିର୍ଦ୍ଦେଶନା ଭାର ଫରଦାଦ୍‌ ସାମଜୀଙ୍କୁ ଦିଆଯାଇଛି। ଏହି ଫିଲ୍ମ ୨୦୧୯ ଦିଓ୍ଵାଲିରେ ରିଲିଜ୍‌ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More