Only for Entertainment

ତାଜମହଲରେ ବୁଲି ପୋଜ ଦେଉଥିବାର ନଜର ଆସିଲେ ୱିଲ ସ୍ମିଥ !

27

ସପ୍ତମ ଆର୍ଶ୍ଚଯ୍ୟ ତାଜମହଲ ବୁଲି ଦେଖିଲେ ହଲିଉଡ ଷ୍ଟାର ୱିଲ ସ୍ମିଥ । କିଛି ସମୟ ଏଠାରେ ବିତାଇବା ସହ ବିଭିନ୍ନ ପୋଜରେ ଉଠାଇଥିବା ଫଟୋକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ସ୍ମିଥ । କେଉଁଠି ସେ ନମସ୍କାର କରୁଛନ୍ତି ତ ପୁଣି କେଉଁଠି ଡ୍ୟାନ୍ସ ମୁଡରେ ନଜର ଆସିଛନ୍ତି । କିଛି ଫଟୋରେ ତାଜ ସୁରକ୍ଷାକର୍ମୀଙ୍କ ସହ ହଲିଉଡ ଷ୍ଟାର ନଜର ଆସିଛନ୍ତି ।

ତେବେ ଫଟୋ ଗୁଡିକରେ ସ୍ମିଥଙ୍କ ଖୁସି ବେଶ ବାରି ହୋଇପଡୁଛି । ପୂର୍ବରୁ ମୁମ୍ବାଇ ରାସ୍ତାରେ ଅଟୋ ରିକ୍ସା ଡ୍ରାଇଭ, ହରିଦ୍ୱାରେ ଗଙ୍ଗା ଆଳତୀ, କଫି ୱିଥ କରନ ଚାର୍ଟ ଶୋରେ ଓ ଷ୍ଟୁଡେଂଟ ଅଫ ଦ ଇୟର ସେଟରେ ନଜର ଆସିବା ପରେ ଚର୍ଚ୍ଚାରେ ହଲିଉଡ ଷ୍ଟାର ୱିଲ ସ୍ମିଥ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More