Only for Entertainment

ହଲିଉଡ ଅଭିନେତା ୱିଲ ସ୍ମିଥଙ୍କ ଶୋ’ରେ ନଜର ଆସିବ ଭାରତର ଝଲକ !

37

ୱିଲସ୍ମିଥ ନିଜ ନୂଆ ଶୋ’ ‘ବକେଟ ଲିଷ୍ଟ’ମାଧ୍ୟମରେ ଡର ଏବଂ ଚ୍ୟାଲେଂଜଭରା ଷ୍ଟଂଟକୁ ନିଜ ଜୁନୁନରେ ବଦଳାଉଛନ୍ତି । ଏହି ‘ବକେଟ ଲିଷ୍ଟ’ଆଊଭେଂଚରରେ ଦୁବାଇରେ ନିଜ ପତ୍ନୀ ଜେଡା ପିଙ୍କେଟ ସ୍ମିଥଙ୍କ ସହ ସ୍କାଇଡାଇଭିଂ, ଅବୁଧାବିରେ ଫର୍ମୂଲା ୧ କାର ରେସିଂ, ଶାର୍କ ସହ ପହଁରିବା, ବଲିଉଡ ଫିଲ୍ମରେ ଭାଗ ନେବା, କ୍ୟୁବା ରେ ହାଫ ମାରାଥନ ଏବଂ ଡେବ ଚାପେଲଙ୍କ ସହ ଷ୍ଟାଂଡ ଅପ କମେଡି କରିବା ସାମିଲ ରହିଛି ।

ଆଡଭେଂଚରର ମଜା ନେବା ପରେ ଏବେ ୱିଲସ୍ମିଥର ବକେଟ ଲିଷ୍ଟର ଆଗାମୀ ଏପିସୋଡ ଭାରତ ଉପରେ କେନ୍ଦ୍ରିତ ହେବ । ୩ଅପ୍ରେଲରେ ରିଲିଜ ହେବାକୁ ଥିବା ଏପିସୋଡରେ ୱିଲ ବଲିଉଡରେ ଭାଗ ନେବାର ଇଚ୍ଛା ପୂରଣ କରିଛନ୍ତି ।
ନିଜର ଆଗାମୀ ଏପିସୋଡ ପାଇଁ ୱିଲ ସ୍ମିଥ ଭାରତ ଆସିଥିବା ବେଳେ ତାଙ୍କର ଅଭିନେତା ଅକ୍ଷୟ କୁମାର, ରଣବୀର ସିଂ , କରଣ ଜୋହର, ଟାଇଗର ଶ୍ରଫଙ୍କ ଭଳି ଅଭିନେତାଙ୍କ ସହ ଭେଟ ହୋଇଥିଲା ।

ମୁମ୍ବାଇରେ କଳାକାରଙ୍କୁ ଭେଟ କରିବା ପରେ ୱିଲ ମୁମ୍ବାଇ ରିକ୍ସା ରାଇଡର ମଧ୍ୟ ମଜା ଉଠାଇଥିଲେ । ନିଜର ଏହି ଭାରତ ଭ୍ରମଣରେ ଅଭିନେତା ଆଗ୍ରାରେ ଥିବା ତାଜମହଲ ବୁଲି ଦେଖିଥିଲେ ଏବଂ ହରିଦ୍ୱାରରେ ଗଙ୍ଗା ଆଳତୀରେ ମଧ୍ୟ ଭାଗ ନେଇଥିଲେ ।

୩ଅପ୍ରେଲକୁ ରିିଲିଜ ହେବାକୁ ଥିବା ଏହି ଏପିସୋଡରେ ୱିଲସ୍ମିଥଙ୍କ ଭାରତ ଭ୍ରମଣର ଝଲକ ଦେଖିବାକୁ ମିଳିବ, ଯେଉଁଥିରେ ଅଭିନେତା ଭାରତର ସୁନ୍ଦରତାକୁ ନିଜ କ୍ୟାମେରାରେ କ୍ୟାପଚର କରିଛନ୍ତି ତାହା ପ୍ରଶଂସକଙ୍କ ସାମ୍ନାରେ ପରିବେଶଣ କରିବେ । ଏହି ଏପିସୋଡ ୱେବସିରିଜ ବକେଟ ଲିଷ୍ଟ’ର ଶେଷ ଏପିସୋଡ ଅଟେ , ଯେଉଁଥିରେ ୬ଟି ଏପିସୋଡ ରହିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More