Only for Entertainment

ରୋବର୍ଟ ସୋଫିଆଙ୍କୁ କିସ କରିବାକୁ ଯାଉଥିଲେ ଅଭିନେତା ୱିଲ ସ୍ମିଥ, ଜାଣନ୍ତୁ ଏହାପରେ କ’ଣ ହେଲା?

aajtak
0 49

ସାଉଦୀ ଆରବର ନାଗରିକତା ପାଇଥିବା ଦୁନିଆର ପ୍ରଥମ ରୋବର୍ଟ ସୋଫିଆ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ହଲିଉଡ ଅଭିନେତା ୱିଲ ସ୍ମିଥ ସୋଫିଆଙ୍କ ସହିତ ଡେଟରେ ଯାଇଥିଲେ । ଯେଉଁ ଭିଡିଓ ସ୍ମିଥ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଛନ୍ତି । ସୋଫିଆ ମଧ୍ୟ ତାଙ୍କ ଟ୍ୱିଟର ଆକାଉଂଟରେ ଏହାର ସୂଚନା ଦେଇଛନ୍ତି ।

ବାର୍ତ୍ତାଳପ ସମୟରେ ସୋଫିଆ ସ୍ମିଥଙ୍କୁ ବିଭିନ୍ନ ପ୍ରକାରର ଏକ୍ସପ୍ରେସନ ମଧ୍ୟ ଦେଇଛନ୍ତି । ସୋଫିଆ ୬୨ ପ୍ରକାରର ଫେସିଅଲ ଏକ୍ସପ୍ରେସନ ଦେଇପାରନ୍ତି । ଏହାପରେ ସ୍ମିଥ ସୋଫିଆଙ୍କୁ କିସ ମଧ୍ୟ କରିବାକୁ ଯାଉଥିଲେ, ଏହାପରେ ଯାହା ହେଲା ତାହା ଖୁବ ମଜାଦାର ।

 

ସୋଫିଆ କହିଲେ, ‘ମୋତେ ଲାଗୁଛି ଆମେ ଭଲ ବନ୍ଧୁ ହୋଇପାରିବା’ । ଏକା ସାଙ୍ଗରେ ସମୟ ବିତାଇ ଆମେ ପରସ୍ପରକୁ ଅଧିକ ଜାଣିପାରିବା । ଏବେ ଆପଣ ମୋ ଫ୍ରେଣ୍ଡ ଲିଷ୍ଟରେ । ଏହାପରେ ସ୍ମିଥ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଯେପରିକି ତାଙ୍କୁ କେଉଁ ମ୍ୟୁଜିକ ପସନ୍ଦ । ତେବେ ହେନସନ ରୋବଟିକ୍ସ ସିଇଓ ଡାକ୍ତର ଡେବିଡ ହେନସନ ରୋବର୍ଟ ସୋଫିଆଙ୍କୁ ତିଆରି କରିଛନ୍ତି । ସୋଫିଆଙ୍କୁ ହଲିଉଡ ଅଭିନେତ୍ରୀ ଆଡ୍ରି ହେପବନଙ୍କ ଭଳି ତିଆରି କରାଯାଇଛି ।

ଯେତେବେଳେ ଏକ ଇଂଟରଭ୍ୟୁରେ ସୋଫିଆଙ୍କୁ ତାଙ୍କ ପସନ୍ଦୀୟ ଅଭିନେତାଙ୍କ ବିଷୟରେ ପଚରା ଯାଇଥିଲା ସେ କିଙ୍ଗ ଖାନ ଶାହାରୁଖଙ୍କ ନାମ ନେଇଥିଲେ । ଏହାକୁ ଶୁଣି ଶାହାରୁଖ ମଧ୍ୟ ଖୁବ ଖୁସି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More