Only for Entertainment

ବୀର ପାଇଲଟ୍‌ ଅଭିନନ୍ଦନ ଭାରତ ଫେରିବା ଖୁସିରେ ବଦଳିଥିଲା ନାଇଟ୍‌ କ୍ଲବ୍‌ର ଦୃଶ୍ୟ, ନାଚଗୀତ ଛାଡ଼ି ଲୋକେମାନେ କରିଥିଲେ ଏଭଳି କାମ !

34

ପାକ୍‌ ବିମାନ ଏଫ୍‌-୧୬ ସହ ଲଢ଼ୁଥିବା ସମୟରେ ପାକ୍‌ ସୀମା ଭିତରକୁ ପଶି ଯାଇ ଶତ୍ରୁପକ୍ଷର ଗୁଳିମାଡ଼ରେ ଖସି ପଡ଼ିଥିଲେ ପାଇଲଟ୍‌ ଅଭିନନ୍ଦନ । ଏହା ପରେ ପାକ୍‌ ସେନା ତାଙ୍କୁ ନିଜ କବ୍‌ଜାକୁ ନେଇ ଯାଇଥିଲା । ପାଇଲଟ୍‌ଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭାରତ-ପାକ୍‌ ମଧ୍ୟରେ ଅନେକ ତର୍କ ବିତର୍କ ହେବା ପରେ ଶେଷରେ ଶୁକ୍ରବାର ପାଇଲଟ୍‌ ଅଭିନନ୍ଦନ ଭାରତ ଫେରିବେ ବୋଲି ଘୋଷଣା କରିଥିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଏହି ଘୋଷଣା ହେବା ପରେ  ଭାରତବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ଏ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ନାଇଟ୍‌ କ୍ଲବ୍‌ରେ ଲୋକେ ନାଚିବା-ଗାଇବା ଛାଡ଼ି ସଲ୍ୟୁଟ୍‌ କରୁଥିବା ଦେଖା ଯାଇଛି । ସାଧାରଣତଃ ଭାବେ ନାଇଟ୍‌ କ୍ଲବ୍‌କୁ ଯାଇ ଲୋକମାନେ ନାଚିବା ଗାଇବା ସହ ମସ୍ତି କରିଥାନ୍ତି ।

କିନ୍ତୁ ପୁଲଓ୍ଵାମା ଆକ୍ରମଣ, ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ପାଇଲଟ୍‌ ଅଭିନନ୍ଦନଙ୍କ ଭାରତ ଫେରିବା ଘଟଣାକୁ ନେଇ ନାଇଟ୍‌ କ୍ଲବ୍‌ରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜାତୀୟ ସଙ୍ଗୀତ ଗାଇ ଲୋକମାନେ ନାଇଟ୍‌ କ୍ଲବ୍‌ରେ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନାଇଟ୍‌ କ୍ଲବ୍‌ର ସ୍କ୍ରିନ୍‌ରେ ପୁଲଓ୍ଵାମା ଏବଂ ଏୟାର ଷ୍ଟ୍ରାଇକ୍‌ର ଭିଜୁଆଲ ଚାଲୁଥିବା ଦେଖା ଯାଇଥିଲା । କ୍ଲବ୍‌ରେ ଉପସ୍ଥିତ ଥିବା ଲୋକମାନେ ସଲ୍ୟୁଟ୍‌ କରିବା ସହ ଜୟହିନ୍ଦ୍‌ କହୁଥିବା ଦେଖା ଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More