Only for Entertainment

ଶୀତଦିନେ ବିବାହ କରୁଥିଲେ ଜାଣିରଖନ୍ତୁ କିଛି ଟିପ୍ସ…

augrav
29

ଶୀତଦିନେ ବାହାଘର ସମସ୍ତଙ୍କୁ ପସନ୍ଦ। କାରଣ ଏହି ସମୟରେ ମେକ୍‌ଅପ୍‌ ଖରାପ ହେବାର ସମ୍ଭାବନା କମ୍‌ ଥାଏ। ନବବଧୂ କିପରି ନିଜ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ରଖିବା ଉଚିତ, ଚାଲନ୍ତୁ ଜାଣିବ।

ତ୍ବଚାକୁ ଆର୍ଦ୍ର ରଖନ୍ତୁ

ସମସ୍ତଙ୍କୁ ଜଣାଅଛି ଶୀତଦିନେ ତ୍ବଚା ଶୁଷ୍କ ହୋଇଯାଏ। ତେଣୁ ତ୍ବଚାକୁ ଶୁଷ୍କ ହେବାରୁ ରକ୍ଷା କରିବା ଲାଗି ମଏଶ୍ଚରାଇଜର ଲୋଶନ୍‌ ଉତ୍ତମ ବିକଳ୍ପ। ନାକ ଏବଂ ବେକ ପାଖରେ ଦୁଇ ଥର ଲେଖାଏଁ ଲୋଶନ୍‌ ଲଗାନ୍ତୁ। ମଏଶ୍ଚରାଇଜର ଲୋଶନ୍‌ ଲଗାଇ ଧିରେ ଧିରେ ମାଲିସ୍‌ କରନ୍ତୁ।

ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାନ୍ତୁ ନାହିଁ

ବାହାଘର ଦିନ ସନ୍‌ସ୍କ୍ରିନ୍‌ ଲୋଶନଠାରୁ ଦୂରେଇ ରହନ୍ତୁ। ଏହା ଲଗାଇବା ଦ୍ବାରା ଆପଣଙ୍କ ଚେହେରା ହଳଦିଆ କିମ୍ବା ଏକଦମ୍‌ ଧଳା ହୋଇଯାଇପାରେ। ଯାହାଫଳରେ ଆପଣଙ୍କ ବାହାଘର ଫଟୋ ଖରାପ ହୋଇଯାଇପାରେ।

ଲିକୁଇଡ୍‌ ମେକ୍‌ଅପ୍‌ ଚୟନ କରନ୍ତୁ
ଶୀତଦିନେ ମେକ୍‌ଅପ୍‌ ଖରାପ ହେବାର ଆଶଙ୍କା କମ୍‌ ଥାଏ। ତେଣୁ ଆପଣ ମେକ୍‌ଅପ୍‌ର ଲିକୁଇଡ୍‌ ଫର୍ମ ବ୍ୟବହାର କରିପାରିବେ। ଏହାଫଳରେ ଆପଣଙ୍କ ତ୍ବଚା ଶୁଷ୍କ ଦେଖାଯିବ ନାହିଁ।

ଆଖି ମେକ୍‌ଅପ୍‌ ପ୍ରତି ଧ୍ୟାନ ଦିଅନ୍ତୁ

ଶୀତଦିନ ହୋଇଥିଲେ ମଧ୍ୟ ଆପଣ ୱାଟରପ୍ରୁଫ୍‌ ଆଇ ମେକ୍‌ଅପ୍‌ ବ୍ୟବହାର କରିବା ଉଚିତ। ତ୍ବଚା ଓ ଲୁକ୍‌ ପାଇଁ ଏହା ଉପଯୁକ୍ତ ଚୟନ।

ବାହାଘର ପୂର୍ବ ଦିନ ଏହା କରନ୍ତୁ
ସୁନ୍ଦର କେଶ ପାଇଁ ବାହାଘରର ଗୋଟିଏ ଦିନ ପୂର୍ବରୁ ହାଇଡ୍ରେଟିଂ ହେଆର ମାସ୍କ କେଶରେ ନିହାତି ଭାବେ ଲଗାନ୍ତୁ। ଏହାଫଳରେ ବାହାଘର ଦିନ ଆପଣଙ୍କ କେଶ ହେଲ୍‌ଦି ଏବଂ ସାଇନିଂ ଦେଖାଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More