Only for Entertainment

ଫିଲ୍ମ ଛିଛୋରେ’ର ନୂଆ ଗୀତ ରିଲିଜ, ଦେଖିଲେ ମନେ ପଡ଼ିଯିବ କଲେଜ ଲାଇଫ

hindirush
62

ସୁଶାନ୍ତ ସିଂ ରାଜପୂତ ଏବଂ ଶ୍ରଦ୍ଧା କପୂର ଷ୍ଟାରର ଫିଲ୍ମ ଛିଛୋରେ’ ନୁଆ ଗୀତ ‘ୱୋ ଦିନ’ ରିଲିଜ ହୋଇଛି । ଏହି ଗୀତ ଆପଣଙ୍କୁ ଆପଣଙ୍କ ବିତି ଯାଇଥିବା କଲେଜ ଜୀବନ ମନେ ପକାଇଦେବ । ମନେ ପକାଇଦେବ କିଭଳି ଆପଣଙ୍କ ଜୀବନ ବନ୍ଧୁ ମାନଙ୍କ ମଧ୍ୟରେ ବିତି ଯାଇଛି । କିଭଳି ଆଜି ମଧ୍ୟ ଏକା ବସିଥିଲେ ସେମାନେ ମନେ ପଡ଼ନ୍ତି । ଏହି ଗୀତର ଥିମ ସାଙ୍ଗ ମାନଙ୍କ ଉପରେ ଆଧାରିତ ।

ଗୀତରେ ବନ୍ଧୁତା ସୃଷ୍ଟି ହେବାଠାରୁ ଆରମ୍ଭ କରି ବ୍ରେକ ଅପ, କ୍ଲାସ ବଙ୍କ କରିବା, ଝଗଡ଼ାରେ ପଶିବା ଆଦି ସବୁକିଛି ଦେଖାଯାଇଛି । ଏହି ଗୀତ ସ୍ମୃତିର ଏକ କାହାଣୀ ଯାହା ସହିତ ପ୍ରତ୍ୟେକ ଯୋଡ଼ି ହୋଇ ରହିବାକୁ ଚାହାଁନ୍ତି । ଏହାକୁ ଗାଇଛନ୍ତି ତୁଷାର ଯୋଶୀ । ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ଗୀତରେ ସୁଶାନ୍ତ ସିଂ ରାଜପୂତଙ୍କ ସମେତ ବରୁଣ ଶର୍ମା ଏବଂ ଅନ୍ୟ କେତେକ ବ୍ୟକ୍ତି ନଜର ଆସିଛନ୍ତି । କହିରଖୁଛୁ ଏହା ଫିଲ୍ମର ଦ୍ୱିତୀୟ ଗୀତ । ଫିଲ୍ମକୁ ଦଙ୍ଗଲ ନିର୍ଦ୍ଦେଶକ ନିତେଶ ତିୱାରୀ ନିର୍ଦ୍ଦେଶନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More