ସ୍ୱାମୀଙ୍କୁ ହାତ ମୁଠାରେ ରଖନ୍ତି ଏହି ରାଶିର ମହିଳା
ଜ୍ୟୋତିଷ ଶାସ୍ତ୍ରରେ ମଣିଷ ଜୀବନକୁ ନେଇ କେତେକ କଥା ଉଲ୍ଲେଖ ରହିଛି । ଯଦିଓ କେହି କେହି ଏହାକୁ ବିଶ୍ୱାସ କରନ୍ତି ଏବଂ କେହି କେହି ବିଶ୍ୱାସ କରନ୍ତି ନାହିଁ । ବାସ୍ତୁ ଶାସ୍ତ୍ରରେ ମହିଳାଙ୍କୁ ନେଇ କୁହାଯାଇଥିବା କିଛି କଥାକୁ ଆମେ ଆପଣଙ୍କୁ ଜଣାଇବୁ । ଆସନ୍ତୁ ଆଲୋଚନା କରିବା ।
ବୃଷ: ଏହି ରାଶିର ମହିଳାମାନେ ସ୍ୱଭାବରେ ଶାନ୍ତ ଓ ସାହସୀ ହୋଇଥାନ୍ତି। ସବୁ ସମସ୍ୟାକୁ ଏମାନେ ସାମ୍ନା କରିବାର ସାହସ ରଖନ୍ତି। କାହା ଆଗରେ ମୁଣ୍ଡ ନୂଆଁଇବା ଏମାନଙ୍କୁ ପସନ୍ଦ ନୁହଁ। ଏହି ଗୁଣ ପାଇଁ ସେମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି।
ବିଛା: ଏହି ରାଶିର ମହିଳାମାନେ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ଏମାନେ ବେଶି ଲୋକଙ୍କ ସହ ମିଶନ୍ତି ନାହିଁ। କାହାକୁ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ଏମାନେ ଘରକୁ ନିଜ ଅଧୀନରେ ରଖିଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ କେମିତି ନିୟନ୍ତ୍ରଣରେ ରଖି ହେବ ସେ କଳା ବେଶ ଭଲ ଭାବେ ଜାଣନ୍ତି। ।
କର୍କଟ: ଏମାନେ ଟିକେ ରାଗୀ ପ୍ରକୃତିର ହୋଇଥାନ୍ତି। କୌଣସି ଭୁଲ୍କୁ ଏମାନେ ସହଜରେ କ୍ଷମା କରି ନ ଥାନ୍ତି। ଏହି ରାଶିର ମହିଳାମାନେ ଅନ୍ୟମାନଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି। ସ୍ୱାମୀଙ୍କୁ ବି ଏମାନେ ନିଜ ନିୟନ୍ତ୍ରଣରେ ରଖନ୍ତି।
ସିଂହ: ଏହି ରାଶିର ମହିଳାମାନେ କାହାରି ଅଧୀନରେ ରହିବାକୁ ଭଲପାଆନ୍ତି ନାହିଁ। ଏମାନେ ଖୋଲା ଆକାଶର ବିହଙ୍ଗ ପରି ବଞ୍ଚିବାକୁ ଚାହାଁନ୍ତି। ହେଲେ ନିଜ ସ୍ୱାମୀଙ୍କୁ କିପରି ନିଜ ସବୁ କଥାରେ ରାଜି କରେଇ ହେବ ସେ କଳା ମଧ୍ୟ ବେଶ୍ ଭଲଭାବେ ଜାଣନ୍ତି।
ମକର: ଏମାନଙ୍କ ଠାରେ ସବୁ ଜିନିଷରେ ନେତୃତ୍ୱ ନେବାର ଦକ୍ଷତା ରହିଛି। ଏମାନେ ଶକ୍ତିଶାଳୀ ଓ ମାନସିକ ସ୍ତରରେ ଦୃଢ଼ ପୁରୁଷଙ୍କୁ ବିବାହ କରିବାକୁ ଚାହାଁନ୍ତି। ଯଦି ଏପରି ସାଥୀ ନ ମିଳେ ତେବେ ଏମାନେ ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଆରମ୍ଭ କରିଦିଅନ୍ତି।