Only for Entertainment

ଛାଡପତ୍ର ନେବା ପାଇଁ କୋର୍ଟରେ ପହଁଚିଲେ ପତ୍ନୀ, କହିଲେ ସ୍ୱାମୀଙ୍କର ଅତ୍ୟଧିକ ଭଲପାଇବା ଜୀବନକୁ ନର୍କ କରିଦେଲାଣି

google
102

ଛାଡପତ୍ରକୁ ନେଇ ଅନେକ ଅଜବ ମାମଲା ଆମେ ଶୁଣିଛେ । ହେଲେ ୟୁଏଇର ଜଣେ ମହିଳା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବା ପାଇଁ ଯେଉଁ କାରଣ ଉଲ୍ଲେଖ କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ଅଧିକ ମାତ୍ରାରେ ପ୍ରେମ କରୁଛନ୍ତି । ଏହି ଦମ୍ପତ୍ତିଙ୍କ ବିବାହକୁ ମାତ୍ର ଏକବର୍ଷ ହୋଇଛି । ଫୁଜେରାର ସାରିୟା କୋର୍ଟରେ ମହିଳା ଏହି ଆବେଦନ କରିଛନ୍ତି ।

ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଅତ୍ୟଧିକ ପ୍ରେମକୁ ବରଦାସ୍ତ କରିପାରୁନାହାଁନ୍ତି । ସେ କହିଛନ୍ତି ଯେ, ମୋ ସ୍ୱାମୀ ମୋ ଉପରେ କେବେ ରାଗୁନାହାଁନ୍ତି କି କେବେ କୌଣସି ପ୍ରସଙ୍ଗରେ ଉଦାସ ରହୁନାହାଁନ୍ତି । ତାଙ୍କର ଅତ୍ୟଧିକ ସ୍ନେହ ଓ ପ୍ରେମକୁ ନେଇ ମୁଁ ଚିନ୍ତାରେ ରହୁଛି ।

ଏପରିକି ସବୁ କାମରେ ସେ ମୋତେ ସାହାଯ୍ୟ କରୁଛନ୍ତି, ମୋ ପାଇଁ ମଧ୍ୟ ଖାଇବା ତିଆରି କରୁଛନ୍ତି । ବର୍ଷକ ଭିତରେ ଥରୁଟିଏ ବି ଆମ ଭିତରେ ଝଗଡା ହୋଇନାହିଁ । ମୁଁ ସ୍ୱାମୀଙ୍କ ସହ ଥରୁଟିଏ ଝଗଡା କରିବା ପାଇଁ ବାରମ୍ବାର ଉଦ୍ୟମ କରୁଛି । ହେଲେ ମୋର ରେମାଣ୍ଟିକ୍‍ ସ୍ୱାମୀଙ୍କ ଆଗରେ ଏହା ଅସମ୍ଭବ ହୋଇପଡୁଛି । ସେ ମୋତେ ପ୍ରତି ସମୟରେ କ୍ଷମା ଦେଉଛନ୍ତି, ମୋ ପାଇଁ ପ୍ରତିଟି ସମୟରେ ଉପହାର ଆଣୁଛନ୍ତି । ତେଣୁ ମୁଁ ଏହି ପରିସ୍ଥିତିକୁ ସମ୍ଭାଳି ପାରୁନାହିଁ ।

ଅନ୍ୟପଟେ କୋର୍ଟରେ ସ୍ୱାମୀ ଜଣଙ୍କ କହିଛନ୍ତି ଯେ, ମୁଁ କିଛି ଭୁଲ୍‍ କରୁନାହିଁ, ମୁଁ ଜଣେ ଫରଫେକ୍ଟ ତଥା ଆଦର୍ଶ ସ୍ୱାମୀ ଭାବେ ମୋ ଦାୟିତ୍ୱ ତୁଲାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More