Only for Entertainment

ଏହି ବୃଦ୍ଧାଙ୍କ କଣ୍ଠ ସ୍ୱର ଆପଣଙ୍କୁ ମଧ୍ୟ ଭାବବିହ୍ୱଳ କରିଦେବ, ଲକ୍ଷାଧିକ ଲୋକ ଦେଖି ସାରିଲେଣି ଏହି ଭିଡ଼ିଓ

punjabkeshari
82

ଲୋକଙ୍କ ମଧ୍ୟରେ ପ୍ରତିଭାର ଅଭାବ ନାହିଁ, କିନ୍ତୁ ଅଭାବ ରହିଛି ଠିକ ପ୍ଲାଟଫର୍ମର । ଯେଉଁ କାରଣରୁ ଲୁଚି ରହିଥିବା କେତେକ ପ୍ରତିଭା କେବେ ମଧ୍ୟ ସାମ୍ନାକୁ ଆସି ପାରୁ ନାହିଁ । ସଫଳ ବ୍ୟକ୍ତିତ୍ୱର କାହାଣୀ ଆଶାହୀନ ଅସଫଳ ପ୍ରତିଭା ଭଳି ରହିଯାଉଛି । ଏହାର ଏକ ସଦ୍ୟ ଉଦାହରଣ ହେଉଛି ଏହି ମହିଳାଙ୍କ କଣ୍ଠ ସ୍ୱର । ବାସ୍ତବରେ ଏହି ମହିଳା ଯେଉଁଭଳି ମଧୁର କଣ୍ଠ ସ୍ୱରରେ ଗୀତ ଗାଇଛନ୍ତି ତାହା ଖୁବ ପ୍ରଶଂସାଯୋଗ୍ୟ ।

କୁହାଯାଉଛି ଏହି ଭିଡ଼ିଓ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନର । ଏହି ଭିଡ଼ିଓରେ ମହିଳା ଏକ ପ୍ରେମଭରା ଗୀତ ଗାଉଛନ୍ତି । ତାଙ୍କର ଏହି କଣ୍ଠ ସ୍ୱର ଦୁନିଆକୁ ଦିୱାନା କରି ଦେଇଛି । ଫେସବୁକରେ ଶେୟାର ହେବା ପରେ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଏପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ଥର ଦେଖା ସରିଛି ଏବଂ ୩୮ ହଜାରରୁ ଅଧିକ ଥର ଶେୟାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More