Only for Entertainment

ଟାକ୍ସି ଚାଳକଙ୍କ ସହ ଝଗଡା କରି ରାଗରେ ରାସ୍ତା ମଝିରେ ଖୋଲିଲେ ପୋଷାକ, ଭାଇରାଲ ହେଲା ଭିଡିଓ !

77

ରାଗ ଯେ ମଣିଷକୁ କେତେବେଳେ କ’ଣ କରିବାକୁ ବାଧ୍ୟ କରିଦେବ, ତାହା କେହି କହି ପାରିବେ ନାହିଁ । ପୂର୍ବରୁ ରାଗରେ ହତ୍ୟା ବା ଦୁଷ୍କର୍ମ ହେବା ଭଳି ଖବର ଆମେ ଆପଣଙ୍କୁ ଜଣାଇଛୁ । କିନ୍ତୁ ଏବେ ଜଣେ ମହିଳା ରାଗରେ ଯେଉଁ କାମ କରିଛନ୍ତି, ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ ଟାକ୍ସି ଚାଳକଙ୍କ ସହ ଝଗଡ଼ା କରି ରାଜରାସ୍ତାରେ ହଜାର ହଜାର ଲୋକଙ୍କ ଆଗରେ ଜଣେ ମହିଳା ନିଜ ପୋଷାକ ଖୋଲିଦେବାର ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାଇରାଲ ଭିଡିଓରେ ଦେଖାଯାଇଛି କି, ଜଣେ ମହିଳା କଳା ରଙ୍ଗର ପୋଷାକ ପିନ୍ଧି ଟାକ୍ସି ଚାଳକଙ୍କ ପିଛା କରୁଛନ୍ତି । ତାଙ୍କୁ ଗାଳି ଦେଇ ଦେଇ ସେ ନିଜ ପୋଷାକ ଖୋଲି ଦେଉଛନ୍ତି । କିଛି ସମୟ ପରେ ସେ ନିଜର ଅନ୍ତବସ୍ତ୍ର ମଧ୍ୟ ଖୋଲି ଦେଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ଏହି ସମୟରେ ଆଉ ଜଣେ ଯୁବକ ମହିଳାଙ୍କୁ ସେ ଫିଙ୍ଗି ଦେଇଥିବା ପୋଷାକ ଉଠାଇ ଦେଉଥିବା ଦେଖାଯାଇଛି । ତେବେ କେଉଁ କାରଣରୁ ମହିଳାଜଣଙ୍କ ଚାଳକଙ୍କ ଉପରେ ଏତେ ରାଗି ଯାଇଥିଲେ, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More