Only for Entertainment

ପଶୁ ନୁହେଁ କି ପକ୍ଷୀ ନୁହେଁ ପତ୍ନୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଖାଇଲା ସ୍ୱାମୀ !

youtube.com
0 39

ମେକ୍ସିକୋରେ ବସବାସ କରୁଥିବା ଜଣେ ବ୍ୟକ୍ତି ପୂର୍ବ ପତ୍ନୀଙ୍କ ଖଣ୍ଡବିଖଣ୍ଡ ଶରୀରକୁ ରୋଷେଇ କରି ଖାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ମୃତ ମହିଳାଙ୍କ ଆକସ୍ମିକ ଭାବେ ଉଭେଇ ଯିବା ନେଇ ପରିବାରଲୋକ ଚିନ୍ତାରେ ପଡ଼ିଥିଲେ। ଏ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରି ସୋମବାର ଅର୍ଥାତ୍‌ ଜାନୁଆରି ୨୨ ତାରିଖରେ ମୃତ ମହିଳାଙ୍କ ପୂର୍ବ ସ୍ୱାମୀଙ୍କ ଘରୁ ୨୮ବର୍ଷର ମାଗଦାଲେନା ଅଗିଲାର ରୋମେରୋଙ୍କ ମୃତଦେହର ଅବଶେଷ ଷ୍ଟୋଭ ଉପରେ ଥିବା ଏକ ପ୍ଲାଷ୍ଟିକ୍‌ ବ୍ୟାଗ ଓ ଫ୍ରିଜରେ ଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କର ଏଭଳି ଅବସ୍ଥାରେ ମୃତଦେହକୁ ଦେଖି ପରିବାରଲୋକ ଜିଅନ୍ତା ଶବ ପାଲଟି ଯାଇଥିଲେ।

ଏଭଳି ଏକ ଘଟଣା ଦେଶର ଦକ୍ଷିଣ ଭାଗରେ ଗେରେରୋ ରାଜ୍ୟସ୍ଥିତ ଟେକ୍ସକୋ ଘଟିଛି। ଯେଉଁଠାରେ ମାଗଦାଲେନାଙ୍କ ସପରିବାର ବାସବାସ କରନ୍ତି। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

ପୁଲିସଙ୍କ କହିବାନୁସାରେ, ମୃତ ମାଗଦାଲେନାଙ୍କ ପୂର୍ବ ସ୍ୱାମୀ ସିଜର ଲୋପେଜ ଆର୍ସିସିଗା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ଅଭିଯୁକ୍ତ ପ୍ଲାଷ୍ଟିକ୍‌ ବ୍ୟାଗରେ ପୂର୍ବ ପତ୍ନୀଙ୍କ ମୃତଦେହକୁ ଖଣ୍ଡବତଖଣ୍ଡ କରି ଫ୍ରିଜରେ ଲୁଚାଇ ରଖିଥିଲା। ଷ୍ଟେଟ ସିକ୍ୟୁରିଟିର ପ୍ରବକ୍ତା ରୋବର୍ଟେ ଅଲବାରୋଜ କହିଛନ୍ତି, ମହିଳାଙ୍କ ଖଣ୍ଡ ବିଖଣ୍ଡ ମୃତଦେହକୁ ଦେଖିଲେ ଲାଗୁଛି ଏହାକୁ ରନ୍ଧା ଯାଇଥିଲା।

ସ୍ଥାନୀୟଲୋକଙ୍କ କହିବାନୁସାରେ, ରୋମେରୋଙ୍କୁ ଶେଷଥର ପାଇଁ ଜାନୁଆରି ୧୩ ତାରିଖରେ ଦେଖିବାକୁ ମିଳିଥିଲା। ସେ ଯେତେବେଳେ ଟେକ୍ସକୋସ୍ଥିତ ନିଜ ଘରକୁ ଯାଉଥିଲେ। ସେ ସେଦିନ ଦ୍ୱିପହରରେ ପୂର୍ବ ସ୍ୱାମୀଙ୍କ ଘରୁ ନିଜ ପିଲାଙ୍କୁ ଆଣିବାକୁ ଯାଇଥିଲା, କିନ୍ତୁ ସେଠାରୁ ଆଉ ଫେରି କି ଆସି ନଥିଲେ। ମହିଳାଙ୍କ ପୂର୍ବ ସ୍ୱାମୀଙ୍କୁ ପୁଲିସ ଖୋଜୁଛି। ଏଯାବତ୍‌ ଏହା ସ୍ପଷ୍ଟ ହୋଇପାରି ନାହିଁ କି ସେ କାହିଁକି ତାଙ୍କର ପୂର୍ବ ପତ୍ନୀଙ୍କୁ ଏପରି ନର୍ମମ ଭାବେ ହତ୍ୟା କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More