Only for Entertainment

ମହିଳା ଜଣକ ଭୂତ ସହ ସମ୍ପର୍କ ରଖିିବା ପରେ କରିବାକୁ ଯାଉଛନ୍ତି ବିବାହ !

ImgCop
63

ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜବ ଗଜବ ଘଟଣା ଦେଖିବାକୁ ମିଳିଥାଏ । ମାତ୍ର ଏଠାରେ ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବ, ଯାହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହା କୌଣସି ଫିଲ୍ମ କିମ୍ବା ସିରିୟଲ ନୁହେଁ ବରଂ ରିଅଲ ଲାଇଫ ଘଟଣା ଅଟେ । କିଛି ଦିନ ପୂର୍ବେ ଇଂଲଣ୍ଡର ଏମିଥିଷ୍ଟ ନାମକ ମହିଳା ଭୂତ ସହ ସମ୍ପର୍କ ରଖିଥିବା ଦାବି କରିଥିଲେ । ମହିଳା ଏବେ ଦାବି କରିଛନ୍ତି ଯେ ସେ ନିଜ ପ୍ରେମୀ ତଥା ସେହି ଭୂତ ସହ ଏବେ ବିବାହ କରିବାକୁ ଯାଉଛନ୍ତି । ମହିଳା ଜଣକ ଦାବି କରିଛନ୍ତି ଯେ ଦୀର୍ଘ ୯ମାସ ପରେ ଭୂତ ଜଣକର ସ୍ୱର ଶୁଣିଛନ୍ତି ଏବଂ ଏହି ଭୂତ ଜଣକ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଛି ।

ଏମିଥିଷ୍ଟ କହିଛନ୍ତି ତାଙ୍କ ପାର୍ଟନର ଯଦିଓ ଆଣ୍ଠୁ ନ ମାଡି ପ୍ରପୋଜ କରିଛନ୍ତି କିନ୍ତୁ ପ୍ରପୋଜ କରିଛନ୍ତି । କାରଣ ତାଙ୍କ ପ୍ରେମୀଙ୍କର ଆଣ୍ଠୁ ହିଁ ନାହିଁ । ସମରସେଟ ଟ୍ରିପରେ ଯିବା ବେଳେ ପ୍ରଥମ ଥର ଶୁଣିଥିଲେ ତାଙ୍କ ପ୍ରେମୀଙ୍କ ଆବାଜ । ତାଙ୍କ ସ୍ୱର ଖୁବ କୋମଳ, ସୁନ୍ଦର ଥିବା ମହିଳା ଜଣକ କହିଛନ୍ତି ।

ଏକ ରିପୋର୍ଟ ମୁତାବକ ଏମେଥିଷ୍ଟ ଭୂତର ପ୍ରପୋଜାଲକୁ ସ୍ୱୀକାର କରିଛନ୍ତି ଏବଂ ନିଜ ପାର୍ଟନର ସହ କୌଣସି ଏକ ଦୂର ସ୍ଥାନରେ ବିବାହ କରିବା ଲାଗି ଯୋଜନା ମଧ୍ୟ କରିଛନ୍ତି । ସେ ଅଧିକ କିଛି କହି ନାହାନ୍ତି ମାତ୍ର ଏହା ମଧ୍ୟ କହିଛନ୍ତି ଯେ ସେହି ଭୂତ ଜଣକ ସ୍ତ୍ରୀ କି ପୁରୁଷ ମଧ୍ୟ ତାଙ୍କୁ ଜଣା ନାହିଁ ।

ଏଠାରେ ଆମେ କହି ରଖୁଛୁ ଯେ ଏମେଥିଷ୍ଟ ସେହି ଭୂତ ସହ ଶାରୀରିକ ସମ୍ପର୍କ ରଖିିଥିବା ଆଗରୁ ଦାବି କରିଥିଲେ । ସେହି ସମ୍ପର୍କ ଯୋଗୁଁ ସେ କେବଳ ଅନୁଭବ କରିଛନ୍ତି ଯେ ସେହି ଭୂତର ଶକ୍ତି ଏବଂ ଓଜନ ସମ୍ପର୍କରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More