Only for Entertainment

ନ୍ୟୁଜିଲ୍ୟାଣ୍ଡ ମହିଳା କ୍ରିକେଟର ଅଷ୍ଟ୍ରେଲିଆନ ଗର୍ଲଫ୍ରେଣ୍ଡଙ୍କୁ କଲେ ବିବାହ, ଏପରି ଆରମ୍ଭ ହୋଇଥିଲା ପ୍ରେମ କାହଣୀ

Melbourne Stars tweet
40

ନ୍ୟୁଜିଲ୍ୟାଣ୍ଡ ମହିଳା କ୍ରିକେଟର ହେଲେ ଜେନସନ ନିଜ ଗଲଫ୍ରେଣ୍ଡ ତଥା ଅଷ୍ଟ୍ରେଲିଆର ମହିଳା କ୍ରିକେଟର ନିକୋଲା ହେନକକଙ୍କୁ ବିବାହ କରିଛନ୍ତି । ଦୁହେଁ ପ୍ରଥମ ଥର ପାଇଁ ମେଲବର୍ଣ୍ଣ ଷ୍ଟାର ଟିମରେ ପରସ୍ପରକୁ ସାକ୍ଷାତ କରିଥିଲେ । ଜେନସନ ଦୁଇ ବର୍ଷ ମେଲବର୍ଣ୍ଣ ଷ୍ଟାର୍ସ ଟିମରେ ଖେଳିଥିଲେ । ପରେ ସେ ମେଲବର୍ଣ୍ଣ ରେନେଗେଡସରେ ଖେଳିଥିଲେ । ସେହିପରି ହେନକକ ଏପର୍ଯ୍ୟନ୍ତ ସେହି ଟିମରେ ହିଁ ଖେଳୁଛନ୍ତି । ଦୁହିଁଙ୍କ ବିବାହ ଗତ ସପ୍ତାହରେ ଆୟୋଜନ କରାଯାଇଥିଲା ।

ମେଲବର୍ଣ୍ଣ ଷ୍ଟାର୍ସ ନିଜ ଟ୍ୱିଟର ଆକାଉଣ୍ଟରେ ଫଟୋ ସେୟାର କରି ବିବାହ ବିଷୟରେ ସୂଚନା ଦେବା ସହିତ ସଫଳ ବୈବାହିକ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ ।

୨୬ ବର୍ଷିୟ ଜେନସନ ୨୦୧୪ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ନିଜର ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ । ଅନ୍ୟପକ୍ଷରେ ୨୩ ବର୍ଷିୟ ହେନକକ ଗତ ବିବିଏଲ ସିଜିନରେ ୧୪ ମ୍ୟାଚରୁ ୧୪ ୱିକେଟ ହାସଲ କରି ସଫଳ ବୋଲର ରହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More