Only for Entertainment

ଘରର ସୁଖ ସମୃଦ୍ଧି ଚାହାଁନ୍ତି କି ! ମହିଳାମାନେ ଏସବୁ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ

kanak news
0 54

ଘରର ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ସାଧାରଣତଃ ମହିଳାମାନେ ସବୁବେଳେ ଯତ୍ନବାନ ହୋଇଥାନ୍ତି । କୁହାଯାଏ, ମହିଳାମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ବିବାହ ପରେ ଯାହା ଘରେ ପାଦ ଦିଅନ୍ତି ସେହି ଘର ସହ ତା ଭାଗ୍ୟ ଯୋଡି ହୋଇଯାଇଥାଏ । ମାତ୍ର ଶାସ୍ତ୍ର ଅନୁସାରେ କିଛି ଏଭଳି କାମ ରହିଛି ଯାହାକୁ ମହିଳାମାନେ ରାତ୍ରି କାଳରେ କରିବା ଆଦୌ ଉଚିତ ନୁହେଁ । ଯାହା ତାଙ୍କର ଭାଗ୍ୟ ବଦଳିବା ସହ ଘରର ସୁଖ ସମୃଦ୍ଧି ମଧ୍ୟ ପ୍ରଭାବିତ ହୋଇଥାଏ ।

ରାତ୍ରକାଳରେ ଏଭଳି କାର୍ୟ୍ୟ କରିବା ନିଷେଧ

• ସୂର୍ୟ୍ୟାସ୍ତ ପରେ ମହିଳମାନେ କାହା ଘରକୁ କ୍ଷୀର, ଲୁଣ, ତେଲ ଓ ପିଆଜ ଆଦି ଆଣିବାକୁ ଯିବା ଉଚିତ ନୁହେଁ । ଏପରି କରିବାଦ୍ୱାରା ତାଙ୍କ ଜୀବନରେ ବାଧା ଆସିଥାଏ ଏବଂ ତାଙ୍କୁ କଷ୍ଠର ସାମ୍ନା କରିବାକୁ ପଡିଥାଏ ।

• ମହିଳାମାନେ ସଂନ୍ଧ୍ୟା ସମୟରେ ମୁଣ୍ଡ ଧୋଇବା କିମ୍ବା କୁଣ୍ଡାଇବା ଅନୁଚିତ । ଏହା କରିବାଦ୍ୱାରା ତାଙ୍କର ଓ ପରିବାର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

• ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖିବା ଆଦୌ ଉଚିତ ନୁହେଁ । ଏହାଦ୍ୱାରା ଘରେ ଲକ୍ଷ୍ମୀ ବାସ କରିଥାନ୍ତି ଆଉ ଯାହାଦ୍ୱାରା ଘରେ ବୈଭବ, ସଂପନ୍ନତା ଓ ଶାନ୍ତି ଆସିଥାଏ ।

ଏଭଳି କାର୍ୟ୍ୟ କଲେ ସୁଫଳ ମିଳିଥାଏ

• ଶାସ୍ତ୍ର ଅନୁସାରେ ,ମହିଳାମାନଙ୍କୁ ଶୋଇବା ପୂର୍ବରୁ ସପ୍ତାହରେ ଥରେ ଘରର ସବୁ ରୁମରେ କିଛି ଧଳା ଲୁଣ ସହ କିଛି କଳା ଲୁଣ ମିଶାଇ ଚଟାଣ ଉପରେ ରଖି ଶୋଇବା ଉଚିତ ଏବଂ ପ୍ରାନ୍ତରୁ ଉଠି କାହା ମୁହଁ ନ ଚାହିଁ ଓ କାହା ସହ କଥା ନହୋଇ ଏହାକୁ ବାହାରେ ଫିଙ୍ଗିଦେବା ଉଚିତ । ଏହା କରିବାଦ୍ୱାରା ଘରୁ ନକରାତ୍ମକ ଛାୟା ସବୁଦିନ ପାଇଁ ଦୂର ହୋଇଯାଇଥାଏ ।

• ରାତିରେ ଶୋଇବା ପୂର୍ବରୁ ଘରେ ବ୍ୟବହାର କରୁଥିବା ଝାଡୁକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲୁଚାଇ ରଖି ଦିଅନ୍ତୁ ଏହା କରିବାଦ୍ୱାରା ଧନପ୍ରାପ୍ତି ହୋଇଥାଏ ।

• ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ପାଣି ବାଲ୍ଟିଏ ଭରି ରଖନ୍ତୁ ଏହା କରିବାଦ୍ୱାରା ଘରେ ସୁଖ-ସମୃଦ୍ଧି ବାସ କରିଥାଏ ଯେବେକି ଘରେ ଖାଲି ପାଣି ବାଲ୍ଟି ରଖିଲେ ଘରେ ଝଗଡା ସହ ମାନସିକ ଅଶାନ୍ତି ସବୁବେଳେ ଦେଖା ଦେଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More