Only for Entertainment

ଭାଗ୍ୟ ହେବ ତ ଏମିତି ! ଘରୁ କୋବି କିଣିବାକୁ ବାହାରିଥିଲେ ମହିଳା, କିଛି ମିନିଟରେ ପାଲଟିଲେ କୋଟିପତି ।

ndtv
27

ଗୋଟିଏ ହିନ୍ଦୀ ଲୋକକଥା ରହିଛି , “ଉପରବାଲା ଯବ୍ ଭି ଦେତା ହେ ଛପର୍ ଫାଡ୍ କେ ଦେତା ହେ” । ଏହି କଥାଟି ଏବେ ଆମେରିକାର ଜଣେ ମହିଳାଙ୍କ କ୍ଷେତ୍ରରେ ସତ ସାବ୍ୟସ୍ତ ହୋଇଛି । ଆମେରିକାର ମେରିଲ୍ୟାଣ୍ଡରେ ରହୁଥିବା ବେନେସା ବାର୍ଡ ଯେ ଘରୁ କୋବି କିଣିବା ପାଇଁ ବଜାରକୁ ବାହାରିଥିଲେ । କିନ୍ତୁ ରାସ୍ତାରେ ତାଙ୍କୁ ଲଟେରୀ ଟିକେଟ୍ ଦେଖିବା ପରେ ସେ ଲଟେରୀ କିଣିବା ପାଇଁ ବାଟରେ ଅଟକିଥିଲେ । ଟିକେଟ୍ କିଣି ଯେତେବେଳେ ସେ ଏହାକୁ ସ୍କ୍ରାଚ୍ କଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ କ’ଣ ଜଣାଥିଲା ଏହି ଦୋକାନ ତାଙ୍କୁ ୨ ଲକ୍ଷ ୨୫ ହଜାର ଡଲାର ବା ୧ କୋଟି ୫୮ ଲକ୍ଷ ଟଙ୍କା ଜିତାଇଦେବ ।

ଏ ନେଇ ତାଙ୍କୁ ପ୍ରଶ୍ନ ପଚାରିବା ପରେ ସେ କହିଥିଲେ ତାଙ୍କ ପିତା ତାଙ୍କୁ ବଜାରକୁ କୋବି କିଣିବା ପାଇଁ ପଠାଇଥିଲେ କିନ୍ତୁ ବାଟରେ ସେ ଲଟେରୀ ଟିକେଟ୍ କିଣିଥିଲେ । ଘରକୁ ଆସିବା ପରେ ଟିକେଟରୁ ବଡ ରକମର ଟଙ୍କା ଜିତିଥିବା ଦେଖି ସେ ଖୁବ୍ ଖୁସି ହୋଇଗଲେ । ତେବେ ଜିତିଥିବା ଏହି ଟଙ୍କାକୁ ସେ ଭବିଷ୍ୟତ ପାଇଁ ସାଇତି ରଖିବାକୁ ଚାହାନ୍ତି ଏବଂ ଡିଜନି ୱାଲର୍ଡ ବୁଲିବା ସ୍ୱପ୍ନକୁ ପୂରଣ କରିବାକୁ ଚାହାନ୍ତି । ତେଣୁ ସେ ଏହି ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍ କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More