Only for Entertainment

ପୁରୁଷଙ୍କ ଠାରୁ ୬ ବର୍ଷ ଅଧିକ ୟଙ୍ଗ ମହିଳାଙ୍କ ମସ୍ତିଷ୍କ : ରିସର୍ଚ୍ଚ

punjab keshari
25

ଆଜିକାଲି ମହିଳମାନେ ପୁରୁଷଙ୍କଠାରୁ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରହିଛନ୍ତି। ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସ୍ମାର୍ଟ ହୋଇଥାନ୍ତି। ପୁରୁଷଙ୍କ ମସ୍ତିଷ୍କର ଆକାର ଯଦିଓ ବଡ଼ ହୋଇଥାଏ, କିନ୍ତୁ ମସ୍ତିଷ୍କ ଦ୍ରୁତ ବେଗରେ ଚାଲି ନ ଥାଏ। ମହିଳା ଓ ପୁରୁଷଙ୍କ ମସ୍ତିଷ୍କକୁ ନେଇ ନିକଟରେ ହୋଇଥିବା ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ମହିଳାଙ୍କ ମସ୍ତିଷ୍କ ସମାନ ବୟସର ପୁରୁଷଙ୍କ ତୁଳନାରେ ୟଙ୍ଗ ରହିଥାଏ।

ପ୍ରୋସିଡିଙ୍ଗସ୍‌ ଅଫ୍‌ ନ୍ୟାସନାଲ ଏକାଡେମୀ ଅଫ୍‌ ସାଇନ୍ସର ଏକ ଗବେଷଣାରେ ୨୦୫ ଜଣ ଲୋକଙ୍କ ମସ୍ତିଷ୍କକୁ ଅଧ୍ୟୟନ କରାଯାଇଥିଲା। ଏହି ଗବେଷଣାରେ ୨୦ରୁ ୮୪ ବର୍ଷ ବୟସର ୧୨୧ ଜଣ ମହିଳା ଓ ୮୪ ଜଣ ପୁରୁଷଙ୍କୁ ସାମିଲ୍‌ କରାଯାଇଥିଲା।

ଗବେଷକମାନେ ମହିଳାଙ୍କ ମସ୍ତିଷ୍କର ମେଟାବଲିଜମ୍‌ କାର୍ଯ୍ୟକଳାପର ତଥ୍ୟକୁ ନେଇ ଗବେଷଣା କରିଥିଲେ । ଏହି ତଥ୍ୟରୁ ଜଣାପଡ଼ିଛି ମହିଳାଙ୍କ ବୟସ ଅନୁସାରେ ସେମାନଙ୍କର ମସ୍ତିଷ୍କ ୩.୮ ବର୍ଷ ୟଙ୍ଗ ରହିଥାଏ। ଠିକ୍‌ ସେହିଭଳି ଭାବେ ପୁରୁଷଙ୍କ ମସ୍ତିଷ୍କର ବୟସ ବାହାର କରାଯାଇଥିଲା। କିନ୍ତୁ ପୁରୁଷଙ୍କ ବାସ୍ତବିକ ବୟସ ତୁଳନାରେ ସେମାନଙ୍କର ମସ୍ତିଷ୍କର ବୟସ ୨.୪ ବର୍ଷ ବଡ଼ ଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ସମାନ ବୟସର ପୁରୁଷଙ୍କ ତୁଳନାରେ ମହିଳାଙ୍କ ମସ୍ତିଷ୍କର ବୟସ ପାଖାପାଖି ୬.୨ ବର୍ଷ ଅଧିକ ୟଙ୍ଗ ବା ଆକ୍ଟିଭ୍‌ ହୋଇଥାଏ।

ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ମସ୍ତିଷ୍କ ତୁଳନାରେ ଉତ୍ତମ ଭାବେ କାମ କରିଥାଏ। ମହିଳାଙ୍କ ମସ୍ତିଷ୍କର ଅନେକ ଭାଗ ପୁରୁଷଙ୍କ ମସ୍ତିଷ୍କ ତୁଳନାରେ ଅଧିକ ସକ୍ରିୟ ହୋଇଥାଏ। ତେଣୁ କୌଣସି ବି ପରିସ୍ଥିତିକୁ ସହିବା ପାଇଁ ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ମସ୍ତିଷ୍କ ତୁଳନାରେ ଉତ୍ତମ ଭାବେ କାମ କରିଥାଏ। ତେଣୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସ୍ମାର୍ଟ ହୋଇଥାନ୍ତି ଓ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି ବୋଲି ଗବେଷକମାନେ କହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More