Only for Entertainment

କେବଳ ଭାରତ ନୁହେଁ ଓଡିଶାକୁ ସାହାଯ୍ୟର ହାତବଢାଇଲା ବିଦେଶ !

28

ଫୋନି ବାତ୍ୟାର କରାଳ ରୂପ ପୁରୀ, ଖୋର୍ଦ୍ଧା ଏବଂ କଟକ ଏବଂ ଅନ୍ୟ ଜିଲ୍ଲାରେ ଦେଖିବାକୁ ମିଳିଛି । ଏଥିପାଇଁ ସାରା ଭାରତର ଅନେକ ଲୋକ ଏବଂ କମ୍ପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟକର ହାତ ବଢାଇଛନ୍ତି । ପୁରୀର ପ୍ରକୃତି ଏହି ବାତ୍ୟାର କରାଳ ରୁପରେ ନଷ୍ଟ ହୋଇଯାଇଛି । ତେବେ ଧୀରେ ଧୀରେ ଅବସ୍ଥା ସୁଧୁରିବାରେ ଲାଗିଲାଣି । ଧୀରେ ଧୀରେ ବାତ୍ୟା ବିପନ୍ନ ଅଂଚଳ ମୁଣ୍ଡ ଟେକି ବାରେ ଲାଗିଛି । ସରକାର ନିଜର ସବୁ ପ୍ରୟାସ ଜୁଟାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ତେବେ ଏହା ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବିଦେଶିନୀ ଫୋନିକୁ ନେଇ ସହାୟତାର ହାତ ବଢାଇବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି ଫୋନିକୁ ନେଇ ଓଡିଶା ସହ ଅଛନ୍ତି । ତେବେ ଏହି ଭିଡିଓ ଶେଷରେ ଅନେକ ବିଦେଶୀଙ୍କୁ ଫୋନି ବିପର୍ଯ୍ୟୟକୁ ସୁଧାରିବା ଲାଗି ଓଡିଶା ସହ ଥିବା କହୁଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

????? ବନ୍ଦେ ଉତ୍କଳ ଜନନୀ @mahinakhanum thanks a lot ????

A post shared by ODIA FILM CRITICS (@odiafilmcritics) on

ଏଠାରେ ଆମେ କହି ରଖୁଛୁ ଯେ, ଭିଡିଓରେ ମହିଳା ଜଣକ ଫ୍ରାନ୍ସର ବୋଲି କହିଛନ୍ତି । ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More