Only for Entertainment

ଅଫିସରେ ୮ ଘଂଟା ସ୍ଥିର ଭାବରେ ବସି ରହି କାମ କରୁଛନ୍ତି କି? ସ୍ମୃତି ଶକ୍ତି ଉପରେ ପଡ଼ିପାରେ ପ୍ରଭାବ ।

amarujala
0 27

ଆପଣଙ୍କ ନାମ ମଧ୍ୟ ସେହି ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛି କି ଯେଉଁମାନେ ୮ ଘଂଟା ଅଫିସରେ ବସି ରହି କାମ କରୁଛନ୍ତି । ଯଦି ଅଛି ତେବେ ଆପଣ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟର ଶତ୍ରୁ ହୋଇପାରେ । ଏହା ଆମେ ନୁହେଁ ବରଂ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି । ଏହାର ଅର୍ଥ ନୁହେଁଯେ ଆମେ ଆପଣଙ୍କୁ ଅଫିସ ନଯିବାକୁ ବା ଅଫିସରେ କାମ ନ କରିବାକୁ କହୁଛୁ । କାମ କରନ୍ତୁ କିନ୍ତୁ କିଛି ଅଭ୍ୟାସକୁ ବଦଳାନ୍ତୁ ।

ଅଫିସରେ ଗୋଟିଏ ସ୍ଥାନରେ ଲମ୍ବା ସମୟ ଧରି ବସି ରହି କାମ କରିବା ଦ୍ୱାରା ମସ୍ତିଷ୍କର ରକ୍ତ ସଂଚାର ଧୀର ହୋଇଯାଏ । ଯାହାର ପରିମାଣ ଭୟଙ୍କର ହୋଇପାରେ । ଗବେଷଣାରେ ଏହା ଉଲ୍ଲେଖ ଅଛିଯେ ଗୋଟିଏ ସ୍ଥାନରେ ଲମ୍ବା ସମୟ ଧରି ବସିବା ଅନୁଚିତ ।

ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରତି ଅଧ ଘଂଟାରେ ୨ ମିନିଟ ଯାଇ ବୁଲାଚଲା କରିବା ଉଚିତ । ଏଭଳି କରିବା ଦ୍ୱାରା ରକ୍ତ ସଂଚାର ବଢିଥାଏ । ମସ୍ତିଷ୍କର କୋଷିକାର ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱର ଆବଶ୍ୟକତା ରକ୍ତ ସଂଚାରରେ ପୂରଣ ହୋଇଥାଏ । କିନ୍ତୁ ଲମ୍ବା ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିପାରେ ।

ଗବେଷଣାରେ କୁହାଯାଇଛିଯେ ରକ୍ତ ସଂଚାର ଉପରେ ପ୍ରଭାବ ପଡ଼ିବା ଦ୍ୱାରା ଭାବିବା କ୍ଷମତା ଏବଂ ସ୍ମୃତି ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ । ଏହା ଦ୍ୱାରା ଡିମ୍ନେଶିୟା ଏବଂ ମୋମୋରୀ ଲସ ଆଦି ରୋଗର ଶୀକାର ହେବାକୁ ପଡ଼ିପାରେ । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହି ରୋଗରେ ପିଡ଼ିତ ଥିଲେ । ଏହା ଦ୍ୱାରା ପାଦ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । ଏହି ଅଧ୍ୟୟନ ଇଂଲଣ୍ଡର ଲିଭରପୁଲ ଜନ ମୂରସ ୟୁନିଭର୍ସିଟିରେ କରାଯାଇଛି । ଜୋର୍ନାଲ ଅଫ ଆପଲାଏଡ ସାଇକୋଲୋଜିରେ ମଧ୍ୟ କୁହାଯାଇଛି । ଏହି ଅଧ୍ୟୟନରେ ୧୫ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା,ଯେଉଁମାନେ ଅଫିସରେ ୪ ଘଂଟା ଧରି ଗୋଟିଏ ସ୍ଥାନରେ ବସି ରହି କାମ କରୁଥିଲେ । କେବଳ ବାଥରୁମ ଯିବା ସମୟରେ ସିଟ ଛାଡ଼ୁଥିଲେ । ବିଶେଷଜ୍ଞ ଏହାର ପୁୂର୍ବ ଏବଂ ପରପର୍ତ୍ତୀ ସମୟକୁ ଅଧ୍ୟୟନ କଲେ । ଜଣାଗଲାଯେ ରକ୍ତ ସଂଚାର କମ ହୋଇ ଯାଇଥିଲା । କିନ୍ତୁ ୨ ମିନିଟ ପାଇଁ ସିଟ ଛାଡ଼ିବାରୁ ରକ୍ତ ସଂଚାର ଠିକ ରହିଲା । ତେଣୁ କାମ ମଧ୍ୟରେ କିଛି ସମୟ ବୁଲାଚଲା କରିବାକୁ ସେଠାରେ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More