Only for Entertainment

World AIDS Day 2018: ଏଚଆଇଭି ବା ଏଡସ୍ ସହ ଜଡିତ ଏହି କଥାକୁ ବିଶ୍ୱାସ କରନ୍ତୁ ନାହିଁ ।

FirstCry Parenting
31

ପ୍ରତି ବର୍ଷ ୧ ଡିସେମ୍ବରରେ ବିଶ୍ୱ ଏଡସ ଦିବସ ପାଳନ କରାଯାଇଥାଏ । ଲୋକଙ୍କୁ ସଚେତନ କରିବା ପାଇଁ ଆଜି ମଧ୍ୟ ଅନେକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । କିନ୍ତୁ ଏହା ପରେ ମଧ୍ୟ ୟୁନିସେଫ ଏକ ରିପୋର୍ଟ ଅନୁସାରେ ଭାରତରେ ୨୦୧୭ରେ ପାଖାପାଖି ୧ ଲକ୍ଷ ୨୦ ହଜାର ଶିଶୁ ଏବଂ କିଶୋର ଏଚଆଇଭି ସଂକ୍ରମଣରେ ପିଡିତ । ଦକ୍ଷିଣ ଏସିଆ ଦେଶରେ ଏହି ସଂଖ୍ୟ ସବୁଠାରୁ ଅଧିକ ଦେଖାଯାଇଥାଏ । ଲୋକଙ୍କ ଭିତରେ ଏସଡକୁ ନେଇ ସଚତନ କରିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ଆଜି ମଧ୍ୟ ଅନେକ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି । ତେଣୁ ଏଡସ ବିଷୟରେ ପ୍ରଚାର ହେଉଥିବା ଏହି ଅନ୍ଧବିଶ୍ୱାସକୁ କେରବେ ସତ ବୋଲି ଭାବନ୍ତୁ ନାହିଁ ।

କିସ କରିବା ଦ୍ୱାରା ଏଡସ ବ୍ୟାପିଥାଏ-
ଏଚଆଇଭି ପଜିଟିଭ ପିଡିତଙ୍କ ଲାଳରେ କମ ପରିମାଣରେ ଏହି ଭାଇରସ ଥାଏ । ଯାହା କିସ କରିବା ଦ୍ୱାରା ବ୍ୟାପି ନଥାଏ ।

ପାଣି ଦ୍ୱାରା ଏଚଆଇଭି ବ୍ୟାପି ଥାଏ-
ପାଣି ଦ୍ୱାରା ଏଚଆଇଭି ବ୍ୟାପି ନଥାଏ । ସୁଇମିଂ ପୁଲରେ ଏଡସ ପିଡିତ ଗାଧୋଇବା କିମ୍ବା କପଡା ସଫା କରିବା ବା ବାଥରୁମରେ ଗାଧୋଇବା ଦ୍ୱାରା ଏହା ବ୍ୟାପିନଥାଏ ବୋଲି ସ୍ପଷ୍ଟ ହୋଇଛି ।

ଏଡସ ବ୍ୟକ୍ତିଙ୍କ ପାଖରେ ରହିଲେ ଏଡସ ବ୍ୟାପିଥାଏ –
ଏହି ଭାଇରସ ବାୟୁ ଦ୍ୱାରା ବ୍ୟାପିନଥାଏ । ଏଡସ ପିଡିତାଙ୍କ ଛେପ, ଖଙ୍କାର ଏବଂ କୁଳିରୁ ମଧ୍ୟ ଏହା ବ୍ୟାପି ନଥାଏ । ଏହା ବ୍ୟତିତ ଏଚଆଇଭି ପିଡିତ ବ୍ୟକ୍ତିଙ୍କୁ ଛୁଇଁବା ଦ୍ୱାରା ମଧ୍ୟ ଏହା ବ୍ୟାପି ନଥାଏ ।

ମଶା କାଟିବା ଦ୍ୱାରା ମଧ୍ୟ ଏହା ବ୍ୟାପି ଥାଏ-
ସାଧାରଣତଃ ଲୋକଙ୍କ ଧାରଣା ଥାଏ ଯେ, ଯେଉଁ ମଶା ଏଡସ ପିତିତ ବ୍ୟକ୍ତିିଙ୍କୁ କାମୁଡିଥାଏ ତାହା ସାଧାରଣ ଲୋକଙ୍କୁ କାମୁଡିଲେ ଏହି ଭାଇରସ ସଂକ୍ରମଣ ହୋଇଥାଏ କିନ୍ତୁ ଏହା ସଂପୂର୍ଣ୍ଣ ମିଛ ।

ସମସ୍ତଙ୍କ ଠାରୁ ଏଚଆଇଭି ବ୍ୟାପିଥାଏ-
ସାଧାରଣ ବ୍ୟକ୍ତିଙ୍କ ଠାରୁ ଏଚଆଇଭଇ ବ୍ୟାପିଥାଏ ବୋଲି ଲୋକଙ୍କ ଧାରଣା ରହିଛି । କିନ୍ତୁ ଏହା ଭୁଲ । କେବଳ ଏଚଆଇଭି ପଜିଟିଭ ଲୋକଙ୍କ ଠାରୁ ଏହା ବ୍ୟାପିଥାଏ । ଏଚଆଇଭି ପଜିଟିଭ ଲୋକଙ୍କ ଦ୍ୱାରା ବ୍ୟବହୃତ ସିରିଞ୍ଜ, ରକ୍ତଙ୍କ ଅରଗାନ ଟ୍ରନ୍ସଫର ଦ୍ୱାରା ଏହା ବ୍ୟାପିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More