Only for Entertainment

ଟିମ ଇଣ୍ଡିଆ ଜିତିବା ଖୁସିବାରେ ଝୁମିଲେ ବଲିଉଡ କଳାକାର, ପ୍ରିୟଙ୍କା-ପ୍ରୀତି ଏଭଳି କଲେ ସେଲିବ୍ରେଟ !

43

ଋବିବାର ଦିନ ଟିମ ଇଣ୍ଡିଆ ଆଇସିସି କ୍ରିକେଟ ୱାର୍ଲ୍ଡ କପ ୨୦୧୯ର ନିଜ ଦ୍ୱିତୀୟ ମ୍ୟାଚରେ ୫ଥର ବିଶ୍ୱ ବିଜେତା ଏବଂ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିୟା କୁ ୩୬ରନରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ଟିମ ଭାରତ ଜିତିଥିବା ଖୁସିରେ ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ବଲିଉଡ କଳାକାର ମଧ୍ୟ ପଛେଇ ନାହାନ୍ତି । କଳାକାର ମାନେ ଭାରତ ଜିତିଥିବା ଖୁସିରେ ନିଜ ନିଜ ଅନ୍ଦାଜରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଟିମ ଇଣ୍ଡିଆ ମ୍ୟାଚ ଜିତିବା ପରେ ସାହିଦ କପୂର, ପ୍ରୀତି ଜିଂଟାଙ୍କ ସମେତ ଅନେକ କଳାକାର ଟ୍ୱିଟ କରିଛନ୍ତି ।

ଟିମ ଇଣ୍ଡିଆ ଜିତିବା ଖୁସିରେ ସାହିଦ କପୂର ପ୍ରଥମେ ଟ୍ୱିଟ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ ।

ସେହିଭଳି ପ୍ରୀତି ଜିଂଟା ଟିମ ଇଣ୍ଡିଆର ଜର୍ସି ପିନ୍ଧି ଫଟୋ ଶେୟାର କରିଛନ୍ତି । ଏହି ଫଟୋ ଶେୟାର କରି ପ୍ରୀତି ଲେଖିଛନ୍ତି ‘ୱାହ କ୍ୟା ମ୍ୟାଚ ଥା, କ୍ୟା ଶାନଦାର ଜିତ ଥି ।

ପ୍ରିୟଙ୍କା ଚୋପ୍ରା ମଧ୍ୟ ରବିବାର ସଂନ୍ଧ୍ୟା ଟିମ ଇଣ୍ଡିଆ ମ୍ୟାଚକୁ ଉପଭୋଗ କରି ନିଜ ଟିଭି ସ୍କ୍ରିନର ଫଟୋ ଶେୟାର କରିଛନ୍ତି ଏବଂ ଖୁସି ଜାହିର କରିଛନ୍ତି । ଏହିଭଳି ଅନ୍ୟ କଳାକାର ମଧ୍ୟ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More