Only for Entertainment

ଦୁନିଆର ସବୁଠାରୁ ବଡ ସ୍ୱର୍ଣ୍ଣ ମୁଦ୍ରା, ଗିନିଜ ବୁକରେ ହେଲା ସାମିଲ

Australian Geographic
22

ଆପଣ ଏପରି ଅନେକ ଜିନିଷ ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ ଯାହା ଦୁନିଆର ସବୁଠାରୁ ବଡ ତାଲିକାରେ ସାମିଲ ଥିବ । କିନ୍ତୁ ଆପଣ ଦୁନିଆର ସବୁଠାରୁ ବଡ ସୁନା ମୁଦ୍ରା ବିଷୟରେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି ? ଯଦି ନା, ତେବେ ଜାଣି ରଖନ୍ତୁ ଦୁନିଆର ସବୁଠାରୁ ବଡ ସ୍ୱର୍ଣ୍ଣ ମୁଦ୍ରା ଆସିଯାଇଛି । ଏକ ଟନ ଓଜନର ଏହି ମୁଦ୍ରା ଦୁନିଆର ସବୁଠାରୁ ବଡ ସ୍ୱର୍ଣ୍ଣ ମୁଦ୍ରା ଅଟେ । ଏହି ମୁଦ୍ରାକୁ ପର୍ଥ ମିଣ୍ଟ ନିର୍ମାଣ କରିଛନ୍ତି ।

ଏହି ସ୍ୱର୍ଣ୍ଣ ମୁଦ୍ରାକୁ ମଙ୍ଗଳବାର ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜରେ ପର୍ଥ ମିଣ୍ଟ ଫିଜିକାଲ ଗୋଲ୍ଡ ଇଟିଏଫର ଲଞ୍ଚିଂ ଅବସରରେ ଗୋଟିଏ ଦିନ ପାଇଁ ପ୍ରଦର୍ଶିତ କରାଯାଇଥିଲା । ଏହି ସ୍ୱର୍ଣ୍ଣ ମୁଦ୍ରାର ଶୁଦ୍ଧତା ୯୯.୯ ପ୍ରତିଶତ । ଏହାର ଓସାର ୮୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ମୋଟେଇ ୧୨ ସେଣ୍ଟିମିଟର ଅଟେ । ଏହି ମୁଦ୍ରାକୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More