Only for Entertainment

ବିଶ୍ୱ ମଶା ଦିବସ: ଘରେ ଲୁଚିଥିବା ମଶାକୁ ଏହିଭଳି ବାହାର କରନ୍ତୁ ।

YouTube
0 53

ଛୋଟ ଦେଖାଯାଉଥିଲେ ବି ସବୁଠୁ ଭୟଙ୍କର ହେଉଛି ମଶା । ମଶା କାମୁଡ଼ା ଶରୀର ପାଇଁ କ୍ଷତିକାରକ ହେଇଥାଏ । ଏହା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଚିକେନ୍ଗୁନିଆ ଭଳି ସମସ୍ୟା ଦେଖାଯାଏ । ପ୍ରତିବର୍ଷ ସାରା ବିଶ୍ୱରେ ୨୦ ଅଗଷ୍ଟ ଦିନ ବିଶ୍ୱ ମଶା ଦିବସ ପାଳନ କରାଯାଏ । ଆପଣ ଭାବୁଥିବେ, ମଶାକୁ ମନେ ରଖିବା ପାଇଁ କିଏ କଣ ଦିବସ ପାଳନ କରନ୍ତି? ତେବେ ଆପଣଙ୍କୁ କହିରଖୁଛୁଯେ ଚିକିତ୍ସକଙ୍କ ମତରେ ମଣିଷର ଜୀବନ ନେଲା ଭଳି ରୋଗ ମ୍ୟାଲେରିଆର ପ୍ରମୁଖ କାରଣ ମଶା ହୋଇଥାଏ । ବର୍ଷା ଋତୁରେ ଏହି ମଶାଙ୍କ ଉତ୍ପାତ୍ ବଢିଥାଏ । ଏହା ଦ୍ୱାରା କେବଳ ଆପଣଙ୍କ ନିଦ ଖରାପ ହୋଇ ନ ଥାଏ ବରଂ ଶରୀର ପାଇଁ ମଧ୍ୟ ଏହା ଅନେକ କ୍ଷତିକାରକ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ କଏଲ ବ୍ୟବହାର କରିଥାଉ । ଆଜି ଆମେ ଆପଣଙ୍କୁ କହିବୁ କି, ମଶା କବଳରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ସମ୍ପର୍କରେ ।

ଲିମ୍ବ: ଶରୀର ପାଇଁ ଯେଉଁଭଳି ଲିମ୍ବର ଅନେକ ଫାଇଦା ରହିଛି, ଏହା ଦ୍ୱାରା ମଶା ମାନଙ୍କୁ ମଧ୍ୟ ଦୂରେଇ ଦିଆଯାଇପାରିବ । ଏଥିପାଇଁ ଆପଣ ଲିମ୍ବ ଓ ନଡିଆ ପାଣି ସମାନ ପରିମାଣରେ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ମିଶ୍ରଣ ହୋଇଥିବା ଦ୍ରବ୍ୟକୁ ଶରୀର ଉପରେ ଲେପନ କରନ୍ତୁ । ଏହାର ପ୍ରଭାବ ବହୁ ପର୍ଯ୍ୟନ୍ତ ରହିଥାଏ ।

କର୍ପୁର: ଘରେ କଏଲ୍ ପରିବର୍ତ୍ତେ ଆପଣ କର୍ପୁର ବ୍ୟବହାର କରିପାରିବେ । କର୍ପୁର ଜଲାଇ ୧୫ରୁ ୨୦ ମିନିଟ୍ ଛାଡି ଦିଅନ୍ତୁ । ଦେଖିବେ, ଘରେ ମଶାର ଚିହ୍ନବର୍ଣ୍ଣ କିଛି ପାଇବେନି ।

ଲେମ୍ବୁ: ସମାନ ଅନୁପାତରେ ଲେମ୍ବୁ ରସ ଓ ନଡିଆ ତେଲକୁ ମିଶ୍ରଣ କରି ଚେହେରା ଉପରେ ଲଗାନ୍ତୁ । ଏହା ବାସ୍ନାରେ ମଶା ଆପଣଙ୍କ ଆଖପାଖକୁ ବି ଆସିବନି ।

ତୁଳସୀ: ତୁଳସୀ ଗଛକୁ ଘରର ଝରକା ପାଖରେ ରଖନ୍ତୁ । ଏପରି କରିବା ଦ୍ୱାରା ମଶା ହୁଅନ୍ତିନି । ଏହା ଛଡା ଆପଣ ଲେମ୍ବୁ ଗଛ ବି ରଖିପାରିବେ । ଏହା ଦ୍ୱାରା ମଧ୍ୟ ମଶା ଉପରେ ସମାନ ପ୍ରଭାବ ପଡିଥାଏ ।

ରସୁଣ: ରସୁଣ ଗନ୍ଧରେ ମଶା ଆଖପାଖରେ ଦେଖାଯାଆନ୍ତି ନାହିଁ । ରସୁଣକୁ ଛୋଟ ଛୋଟ ଖଣ୍ଡ କରି ଗରମ ପାଣି ଘର ବଖରା ଚାରିପାଖେ ଛିଞ୍ଚି ଦିଅନ୍ତୁ । ଏପରି କରିବା ଦ୍ୱାରା ମଶା ମାନେ ଦୁରେଇ ଯାଆନ୍ତି ।

ଲାଭେଣ୍ଡର: ଲାଭେଣ୍ଡରର ବାସ୍ନା ଏତେ ପ୍ରଖର ହୋଇଥାଏ ମଶା ମାନେ ତାହାକୁ ଶୁଙ୍ଘିବା ଫଳରେ କାମୁଡି ପାରନ୍ତି ନାହିଁ । ଯଦି ଆପଣ ଘରେ ଲାଭେଣ୍ଡର ଫ୍ରେସନର୍ ସ୍ପେ କରୁଛନ୍ତି ତେବେ ମଶା ରହିପାରିବେନି ଏବଂ ଆପଣଙ୍କ ଘର ମହକିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More