Only for Entertainment

ଅଗଷ୍ଟ ୧୫ ରେ ଭାରତ ସହିତ ସ୍ୱାଧୀନତା ଦିବସ ପାଳନ କରନ୍ତି ଏହି ୪ଟି ଦେଶ ।

indiatvnews
0 84

ସ୍ୱାଧୀନତା ଦିବସ ସବୁ ଭାରତୀୟଙ୍କ ପାଇଁ ଆନନ୍ଦ ଓ ଖୁସିର ଦିନ । ୧୫ ଅଗଷ୍ଟ ତାରିଖ ଦିନ କେବଳ ଭାରତକୁ ନୁହେଁ ଆଉ ଅନ୍ୟ ୪ଟି ଦେଶକୁ ମଧ୍ୟ ସ୍ୱାଧିନତା ମିଳିଥିଲା । ଆସନ୍ତୁ ଜାଣିବା ସେହି ୪ଟି ଦାଶର ନାମ ।

ଅଗଷ୍ଟ ୧୫ ପାଖେଇ ଆସୁଥିବା ବେଳେ ୭୧ ବର୍ଷ ସ୍ୱାଧୀନତାର ଖୁସି ମନେଇବା ପାଇଁ ପ୍ରସ୍ତୁତି କରୁଛି ସାରା ଭାରତ । ପ୍ରାୟ ୨୦୦ ବର୍ଷ ଇଂରେଜ ମାନଙ୍କର ଗୁଲାମୀ କରିସାରିବା ପରେ ୧୯୪୭ ମସିହା ୧୫ ଅଗଷ୍ଟରେ ଭାରତୀୟ ମାନେ ତାଙ୍କ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ହାସଲ କରିଥିଲେ । ସେହି ଦିନ ଥିଲା ସବୁ ଭାରତବାସୀଙ୍କ ପାଇଁ ବଡ ଦିନ ଓ ଖୁସିର ଦିନ । କିନ୍ତୁ ଆପଣ ଜାଣନ୍ତି କି ଭାରତ ସହିତ ଆଉ ଅନ୍ୟ ୪ଟି ଦେଶ ଅଛନ୍ତି ଯିଏ କି ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ହାସଲ କରିଥିଲା ଏବଂ ଏହି ଦେଶମାନେ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରିଥାନ୍ତି ଓ ଖୁସି ମନାଇ ଥାନ୍ତି ।

ଆସନ୍ତୁ ଜାଣିବା ସେହି ଦେଶ ମାନଙ୍କ ବିଷୟରେ :

ଅଗଷ୍ଟ ୧୫କୁ ଭାରତ ଛଡା ଆଉ ଅନ୍ୟ ୪ ଟି ଦେଶ ସ୍ୱତନ୍ତ୍ରତା ଦିବସ ରୂପେ ପାଳନ କରନ୍ତି । ସେହି ଦେଶ ଗୁଡିକ ନାମ ହେଉଛି କୋରିଆ , ବାହରିନ ଓ କଂଗୋ, ଲିକଟେନଷ୍ଟିନ ।

କୋରିଆ ଜାପାନ ଠାରୁ ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ହାସଲ କରିଥିଲା । ୧୯୭୧ ମସିହା ୧୫ ଅଗଷ୍ଟ ଦିନ ବାହରିନ ବ୍ରିଟେନ ଠାରୁ ସ୍ୱାତନ୍ତ୍ରତା ହାସଲ କରିଥବା ବେଳେ ୧୯୬୦ ଅଗଷ୍ଟ ୧୫ରେ କଂଗୋ ଫ୍ରାନ୍ସ ଠାରୁ ଓ ୧୮୬୬ ମସିହା ଅଗଷ୍ଟ ୧୫ ତାରିଖରେ ଲିକଟେନଷ୍ଟିନ ଜର୍ମାନୀ ଠାରୁ ସ୍ୱାଧୀନତା ହାସଲ କରିଥିଲା । ତେଣୁ ଏହି ସବୁ ଦେଶ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More