Only for Entertainment

ବିଶ୍ୱ ମହାସାଗର ଦିବସ: ଦୁଇଟି ମହାସାଗର ଯାହାର ପାଣି ଏକ ହୋଇ ମଧ୍ୟ ଅଲଗା ଅଲଗା, ଦେଖନ୍ତୁ ଭିଡିଓ

Flickr
0 47

କିଛି ଲୋକଙ୍କୁ ଟ୍ରାଭେଲ କରିବା ଖୁବ ପସନ୍ଦ । ଆପଣ ସୁନ୍ଦର ପାହାଡ, ପର୍ବତ, ଝରଣା, ସମୁଦ୍ର ଏବଂ ହ୍ରଦ ସ୍ଥାନ ବୁୂଲିଥିବେ । ପ୍ରତ୍ୟେକ ସ୍ଥାନର କିଛି ନା କିଛି ବିଶେଷ୍ୱତ ରହିଛି । ଆଜି ବିଶ୍ୱ ମହାସାଗର ଦିବସ ଅବସରରେ ଆମେ ଆପଣଙ୍କୁ ଏପରି ଦୁଇଟି ମହାସାଗର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସ୍ପଷ୍ଟ ଭାବେ ମିଶିଥିବାର ଦେଖିପାରିବେ ।

ocean

ଏହି ଦୁଇଟି ମହାସାଗର ହେଉଛି ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର । ଏହି ଦୁଇଟି ମହାସାଗର ଗୋଟିଏ ସ୍ଥାନରେ ମିଶିଛି ସତ କିନ୍ତୁ ଏହାର ପାଣି ପରସ୍ପର ସହିତ କେବେ ହେଲେ ମିଶେ ନାହିଁ । ଦୁଇଟି ମହାସାଗରର ପାଣି ଦେଖିବାକୁ ଭିନ୍ନ । ଗୋଟିଏ ମହାସାଗରର ପାଣି ହାଲକା ନୀଳ ରଙ୍ଗର ହୋଇଥିବା ବେଳେ ଅନ୍ୟଟିର ପାଣି ଗାଢ ନୀଳ ।

ଦୁଇଟି ମହାସାଗରର ମିଳନ ସ୍ଥଳରେ ଏକ ସୀମା ରେଖା ଟଣାଯାଇଥିବା ପରି ଦେଖିବାକୁ ମିଳେ । ଦୁଇଟି ମହାସାଗରର ମିଳନ ସ୍ଥଳରେ ଦୁଇଟି ରଙ୍ଗର ପାଣି ଏବଂ ଲହଡୀର ସୀମା ଦେଖିବାକୁ ମିଳେ । ଏହି ସୀମା ଦୁଇଟି ପାଣିକୁ ପରସ୍ପର ସହିତ ମିଶିବାକୁ ଦେଇନଥାଏ । ଏହା ଦେଖିବାକୁ ଖୁବ ଆଶ୍ଚର୍ଯ୍ୟକର ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More