Only for Entertainment

ଆନ୍ତଜାର୍ତୀୟ ବେଳାଭୂମି ସଫେଇ ଦିବସରେ ନଜର ଆସିଲେ ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ !

40

ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସରେ ରବିବାର ଓଡିଶାର ପୁରୀ ତଟରେ ‘ମୋ ବିଚ୍’ ସଫେଇ ଅଭିଯାନ କରିଥିଲେ । ଏହି ବିଷୟରେ ପୁରୀ ପ୍ରଶାସନ ଦାବି କରିଛନ୍ତି ଯେ ଏହା ଦୁନିଆର ସବୁଠାରୁ ବଡ ବେଳାଭୂମି ସଫେଇ ଅଭିଯାନ ଅଟେ । ଏହାର ଉଦେ୍ଧଶ୍ୟ ସ୍ୱଚ୍ଛ ସମୁଦ୍ର ବେଳାଭୂମି ମହତ୍ୱ ବିଷୟରେ ଲୋକଙ୍କୁ ଜାଗ୍ରତ କରିବା ଅଟେ ।

ଜିଲ୍ଲା ବେଳାଭୂମି କୂଳର ଅନେକ ସ୍ଥାନରେ ଦଶ ହଜାରରୁ ଅଧିକ ସ୍ୱୟଂସେବକ ଏହି ଅଭିଯାନରେ ସାମିଲ ହୋଇଥିଲେ । ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଅରୁଖ , ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଲେଖିକା ତଥା ଅଭିନେତ୍ରୀ ନନ୍ଦିତା ଦାସ ଏହି ଅଭିଯାନରେ ଯୋଗ ଦେଇଥିଲେ । ବିଦ୍ୟୁତ ଜାମୱାଲ କହିଛନ୍ତି ଯେ ପୁରୀ ଆମ ଦେଶର ଗୌରବ ଅଟେ, ଏହି ଅଭିଯାନରେ ସେ ସାମିଲ ହୋଇଥିବାରୁ ଖୁବ ଖୁସି ବୋଲି କହିଛନ୍ତି ଏହି ଅଭିନେତା ।

ଏହି ଅଭିଯାନରେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ମଧ୍ୟ ସାମିଲ ଥିଲେ । ସେ କହିଛନ୍ତି ଯେ ଏହି ଦିନ ସେମାନଙ୍କ ପାଇଁ ଖୁବ ମଜାଦାର ରହିଥିଲା, ଅନେକ ଲୋକ ଏହି ଅଭିଯାନରେ ଯୋଗ ଦେଇଥିଲେ । ସମସ୍ତେ ସମୁଦ୍ର ବେଳଭୂମିକୁ ସୁରକ୍ଷା କରିବେ ବୋଲି ପ୍ରତିଜ୍ଞା ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More