Only for Entertainment

ଭାରତର ସବୁଠାରୁ ବୟସ୍କ ୟୁଟ୍ୟୁବର ମସ୍ତନମ୍ମାଙ୍କ ୧୦୭ ବର୍ଷ ବୟସରେ ନିଧନ, ନିଆରା କୁକିଂ ଷ୍ଟାଇଲ ତାଙ୍କୁ ବନାଇଥିଲା ଇଣ୍ଟରନେଟ ସେନସେସନ ।

Storypick
44

ନିଜର କୁକିଂ ଷ୍ଟାଇଲ ପାଇଁ ଇଣ୍ଟରନେଟ ସେନସେସନ ପାଲଟିଥିବା ମସ୍ତନମ୍ମା ତଥା ଗ୍ରେନିଙ୍କର ୧୦୭ ବର୍ଷ ବୟସରେ ଆନ୍ଧ୍ର ପ୍ରଦେଶର ଗୁନଟୁର ଗ୍ରାମରେ ନିଧନ ହୋଇଯାଇଛି । ଭରତ ତଥା ଦୁନିଆର ସବୁଠାରୁ ବୟସ୍କ ୟୁଟ୍ୟୁବର ମସ୍ତନମ୍ମା ନିଜର କୁକିଂ ପାଇଁ ନିଜର ଏକ ସ୍ୱତନ୍ତ୍ର ନାମ କମାଇଥିଲେ । ୟୁଟୁବରେ କଣ୍ଟ୍ରି ଫୁଡ ନାମରେ ତାଙ୍କର କୁକିଂ ଚ୍ୟାନେଲ ରହିଛି । ଯେଉଁଥିରେ ୧୨ ଲକ୍ଷରୁ ଅଧିକ ସବ୍ସକ୍ରାଇବରର୍ସ ଅଛନ୍ତି । ତାଙ୍କର ଏହି ଚ୍ୟାନେଲ ୨୦୧୬ରେ ଆରମ୍ଭ ହୋଇଥିଲା । ମସ୍ତନମ୍ମାଙ୍କ ୟୁଟ୍ୟୁବ ଆରମ୍ଭ ହେବାର କାହାଣୀ ମଧ୍ୟ ଖୁବ ନିଆରା ।

ମସ୍ତନମ୍ମାଙ୍କ ସମ୍ପର୍କୀୟ ଲକ୍ଷ୍ମଣ ଏବଂ ତାଙ୍କ ବନ୍ଧୁ ଦିନେ ତାଙ୍କ ପାଖରେ ପହଁଚିଥିଲେ । ମସ୍ତନମ୍ମା ତାଙ୍କ ପାଇଁ ବାଇଗଣ ତରକାରୀ ରାନ୍ଧିଥିଲେ । ଏହି ଭିଡିଓକୁ ସେମାନେ ୟୁଟ୍ୟୁବରେ ଅପଲୋଡ କରିଥିଲେ ଯାହାକୁ ୭୫ରୁ ଅଧିକ ଭ୍ୟୁଜ ମିଳିଥିଲା । ଏହାପରେ ସେ ଗୋଟିଏ ପରେ ଗୋଟିଏ ଭିଡିଓ ୟୁଟ୍ୟୁବରେ ଅପଲୋଡ କରିଥିଲେ । ଲୋକେ ମଧ୍ୟ ତାଙ୍କ ନିଆରା କୁକିଂ ଷ୍ଟାଇଲକୁ ଖୁବ ପସନ୍ଦ କରିଥିଲେ ।

ମସ୍ତନମ୍ମାଙ୍କ ଜୀବନ କାହାଣୀ ମଧ୍ୟ ଖୁବ ସଙ୍ଘର୍ଷମୟ ଥିଲା । ୧୧ ବର୍ଷ ବ ୟସରେ ସେ ବିବାହ କରିଥିଲେ । ତାଙ୍କର ୫ଟି ସନ୍ତାନ ଥିଲେ । ଏବେ ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଜୀବିତ । ୨୨ ବର୍ଷରେ ତାଙ୍କ ପତିଙ୍କ ବିୟୋଗ ହୋଇଥିଲା । ଛୁଆମାନଙ୍କ ଲାଳନ ପାଳନ ପାଇଁ ସେ ଖୁବ ପରିଶ୍ରମ କରିଥିଲେ । ମସ୍ତନମ୍ମା ସମସ୍ତ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାରେ ନିପୁଣା । ଖାସ କରି ସମୁଦ୍ରୀ ଖାଇବା । ଗତ ୬ ମାସ ହେବ ତଙ୍କର କୌଣସି ଭିଡିଓ ଅପଲୋଡ ହେଉନ ଥିଲା ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ଖୁବ ଚିନ୍ତାରେ ଥିଲେ । ସୋମବାର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରାଗଲା ଯେଉଁଥିଲେ ତାଙ୍କ ଜୀବନକୁ ଦର୍ଶାଯାଇଥିଲା ଏହା ସହିତ ତାଙ୍କ ନିଧନ ବିଷୟରେ କୁହାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More