Only for Entertainment

ଜାଣନ୍ତୁ ବିଶ୍ୱର ଧନୀ ମହିଳାଙ୍କ ବିଷୟରେ କିଛି କଥା

loanpride
64

୨୦୧୯ ଫୋର୍ବସ ତାଲିକାରେ ଅନୁସାରେ, ଫ୍ରାନ୍ସର ଫ୍ରାଙ୍କୋଏଜ ବେନଟେନକୋର୍ଟ ମେୟର୍ସ ବିଶ୍ୱର ସବୁଠାରୁ ଧନୀ ମହିଳା । ଏଲ.ଓରିଏଲ କମ୍ପାନୀର ମାଲିକାଣୀ ଫ୍ରେଙ୍କୋଏଜଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୯.୩ ବିଲିୟନ ଡଲାର । ଭାରତୀ ମୁଦ୍ରାରେ ଏହାର ମୂଲ୍ୟ ପାଖାପାଖି ତିନି ଲକ୍ଷ ୪୬ ହଜାର କୋଟି । ବିଶ୍ୱର ବିତ୍ତଶାଳୀ ତାଲିକାରେ ତାଙ୍କ ସ୍ଥାନ ପନ୍ଦର । କମ୍ପାନୀର ପ୍ରତିଷ୍ଠାତା ୟୁଡେନ ସ୍କୁଲେରଙ୍କ ନାତୁଣୀ ଫ୍ରାଙ୍କୋଏଜ, ଉତ୍ତରାଧିକାରୀ ସୂତ୍ରରେ ଏହି ବିପୁଳ ସମ୍ପତ୍ତ ିର ଅଧିକାରିଣୀ ହୋଇଛନ୍ତି ।

Bettencourt-Meyers 1

୧୯୦୭ରେ ୟୁଜେନ ଏକ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଖୋଲିଥିଲେ । କ୍ରମେ ବ୍ୟବସାୟ ବଢିଥିଲା । ପରେ ତାଙ୍କ ଝିଅ ଲିଲିଆନ ବେଟେଲକୋର୍ଟ ବ୍ୟବସାୟ ଭାର ତୁଲାଇ ଥିଲେ । ୧୯୮୭ରେ ଫେର୍ବସ ପକ୍ଷରୁ ପ୍ରଥମ ପ୍ରକାଶିତ ହୋଇଥିଲା ବିଶ୍ୱର ଧନୀ ତାଲିକା ଏହା ସହିତ ଲିଲିଆନଙ୍କ ନାମ ଏହି ତାଲିକାକୁ ଉଠିଥିଲା ।

୨୦୧୭ରେ ତାଙ୍କ ମୃତ୍ୟୁ ପରେ, ଝିଅ ଫ୍ରାଙ୍କୋଏଜ ଦାୟିତ୍ୱ ନେଇ ଥିଲେ । ୬୫ ବର୍ଷ ବୟସ୍କା ଫ୍ରାଙ୍କୋଏଜ ମଧ୍ୟ ଜଣେ ଲେଖିକା ଏବଂ ଦେଶର ପାରମ୍ପରିକ କଳାର ପ୍ରସାର ସହିତ ଏକାଧିକ ସମାଜ କଲ୍ୟାଣ ମୂଳକ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More